ଭୋପାଳ: ପୁଣି ବିବାଦରେ କଂଗ୍ରେସ ବିଧାୟକ ସୁନୀଳ ସରାଫ। ନୂଆବର୍ଷ ପାଳନ ବେଳେ ଭୁଲିଗଲେ ନିୟମ। ସମସ୍ତଙ୍କ ଆଗରେ ନିଜ ଲାଇସେନ୍ସ ଯୁକ୍ତ ବନ୍ଧୁକରେ ଫୁଟାଇଲେ ଗୁଳି। ମଧ୍ୟପ୍ରଦେଶର ଶହଡୋଲ ଜିଲ୍ଲାରେ ଘଟିଛି ଏଭଳି କିଛି ଘଟଣା। ଯାହାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓ ଭାଇରାଲ ହେବା ପରେ ବିଧାୟକଙ୍କ ନାଁରେ ମାମଲା ରୁଜୁ ହୋଇଛି। ସୁନୀଲ ସରାଫ ମଧ୍ୟପ୍ରଦେଶର କୋତମା ବିଧାନସଭା ଆସନରୁ ବିଧାୟକ ଅଛନ୍ତି। ନୂଆବର୍ଷ ଦିନ ବିଧାୟକ ନିଜ ବାସଭବନରେ ନବବର୍ଷ ସମେତ ନିଜ ଜନ୍ମଦିନ ଉତ୍ସବ ପାଳନ କରୁଥିଲେ। ଏହି ସମୟରେ ସେ ନିଜ କର୍ମୀ ଓ ବନ୍ଧୁବାନ୍ଧକଙ୍କ ସହ ନାଚିଥିଲେ। ଏଥିସହ ଲାଇସେନ୍ସ ଯୁକ୍ତ ବନ୍ଧୁକ ଜରିଆରେ ଫାଙ୍କା ଗୁଳି ଚାଳନା କରିଥିଲେ। ସର୍ବସମ୍ମୁଖରେ ସେ ଗୁଳି ଫୁଟାଇବା ଭିଡିଓ ଭାଇରାଲ ହେବା ପରେ ଲୋକେ ପ୍ରଶ୍ନ ଉଠାଇଥିଲେ। ଏହାପରେ ସରକାର ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି।
ପାର୍ଟିରେ ଗୁଳି ଫୁଟାଇଲେ କଂଗ୍ରେସ ବିଧାୟକ, ମାମଲା ରୁଜୁ

More Stories
ଉପରମୁଣ୍ଡରେ ବଢୁଛି ଜଳସ୍ତର, ଖୋଲିଲା ହୀରାକୁଦର ଆଉ ୪ଟି ଗେଟ୍; ମୋଟ ୧୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ
ଇଣ୍ଡିଆନ ରାଇସ୍ କଂଗ୍ରେସର ଉଦଘାଟନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ତୁର୍କୀ ଭୂମିକମ୍ପ: ୫୬୮ ମୃତ; ଉଦ୍ଧାର ଅଭିଯାନ ଜାରି, ଶୋକବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ ମୋଦୀ