ଖଲ୍ଲିକୋଟ : ପାରିବାରିକ କଳହ ଉଗ୍ର ରୂପ ନେଇ ଉଜାଡ଼ିଦେଲା ସଂସାର । ମା’ ଓ ମୁକ ପୁଅଙ୍କ ମଧ୍ୟରେ ଲାଗିଥିବା କଳହ ଯୋଗୁ ଶେଷରେ ଉଭୟ ବିଷ ଦେଲେ । ମା’ ଜୀବନ ହାରିଥିବା ବେଳେ ମୃତ୍ୟୁ ସହ ସଂଗ୍ରାମ କରୁଛି ପୁଅ। ଏପରି ଅଭାବନୀୟ ଘଟଣା ଗଂଜାମ ଜିଲ୍ଲା ରମ୍ଭା ଥାନା ବୋରିଗାଁରେ ଘଟିଛି । ମୃତା ମହିଳା ହେଲା କମା ପଳେଇ । ତାଙ୍କ ପୁଅ ସନ୍ତୋଷ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି। ସନ୍ତୋଷ ଜନ୍ମରୁ କଥା କହିପାରନ୍ତି ନାହିଁ । କିଛି ମାସ ତଳେ ତାଙ୍କର ବାହାଘର ହୋଇଥିଲା। ସନ୍ତୋଷ କଥା କହିପାରନ୍ତି ନାହିଁ ବୋଲି ଜାଣିବା ପରେ ତାଙ୍କ ସ୍ତ୍ରୀ ବାପଘରକୁ ପଳାଇ ଯାଇଛନ୍ତି । ଏହାପରେ ସନ୍ତୋଷ ସ୍ତ୍ରୀ ପାଖକୁ ଯିବା ଆସିବା କରୁଥିଲେ। ଏହାକୁ ନେଇ ମା’ ପୁଅ ମଧ୍ୟରେ ବିଭିନ୍ନ ସମୟରେ ଯୁକ୍ତିତର୍କ ହେଉଥିଲା । ଗତକାଲି ତାହା ଉଗ୍ରରୂପ ନେବା ପରେ ଉଭୟ ବିଷ ପିଇ ଦେଇଥିଲେ । ପରିବାର ଲୋକେ ଉଭୟଙ୍କ ଗୁରୁତର ଅବସ୍ଥାରେ ହସ୍ପିଟାଲ ନେଇଥିଲେ। ମେଡିକାଲରେ ମା’ର ମୃତ୍ୟୁ ହୋଇଛି । ପୁଲିସ ମୃତଦେହ ଜବତ କରି ତଦନ୍ତ କରୁଛି । ସନ୍ତୋଷଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି ।
ପାରିବାରିକ କଳହ ଉଜାଡ଼ିଦେଲା ସଂସାର, ବିଷ ପିଇଦେଲେ ମା’ ଓ ମୁକ ପୁଅ

More Stories
ଉପରମୁଣ୍ଡରେ ବଢୁଛି ଜଳସ୍ତର, ଖୋଲିଲା ହୀରାକୁଦର ଆଉ ୪ଟି ଗେଟ୍; ମୋଟ ୧୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ
ଇଣ୍ଡିଆନ ରାଇସ୍ କଂଗ୍ରେସର ଉଦଘାଟନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ତୁର୍କୀ ଭୂମିକମ୍ପ: ୫୬୮ ମୃତ; ଉଦ୍ଧାର ଅଭିଯାନ ଜାରି, ଶୋକବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ ମୋଦୀ