ପାଟଣା ୨୪।୧୧: କେନ୍ଦୁଝର ଜିଲ୍ଲା ପାଟଣା ଅଞ୍ଚଳରେ ଘନ କୁହୁଡ଼ିର ଧଳା ଚାଦର ଦେଖିବାକୁ ମିଳିଛି । ସକାଳୁ ସକାଳୁ ଘନ କୁହୁଡିର ଆସ୍ତରଣ ଲାଗି ଲୋକଙ୍କ ଯିବାଆସିବାରେ ବହୁ ଅସୁବିଧା ହେଉଛି । ଏପିରିକି ସାଧାରଣ ଲୋକେ ଘରୁ ବାହାରିବା ମଧ୍ୟ କଷ୍ଟକର ହୋଇପଡିଛି । ସେହିପରି ପ୍ରାତଃ ଭ୍ରମଣ ପାଇଁ ଲୋକେ ସମସ୍ୟାରେ ପଡିଛନ୍ତି । ସବୁ ସମୟରେ ଚଳଚଞ୍ଚଳ ଥିବା ପାଟଣା ଅଞ୍ଚଳ ଏବେ ପୁରା ଶୁନ୍ଶାନ୍ ହୋଇଛି । କୁହୁଡ଼ା ଲାଗି ଦୃଶ୍ୟମାନ କମ୍ ଥିବା ଲାଗି ଗାଡି ମୋଟର ଚଳାଚଳରେ ବାଧା ସୃଷ୍ଟି ହୋଇଛି । କେନ୍ଦୁଝର ପାଟଣା ଦେଇ ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥ ବମ୍ବେ- କଲିକତା, ଏବଂ ୨୨୦ ନମ୍ବର ରାଞ୍ଚି- ବିଜୟୱାଡା ଜାତୀୟ ରାଜପଥରେ ଗାଡି ଚଳାଚଳରେ ସମସ୍ୟା ଦେଖାଦେଇଛି । ଏପିରିକି ଲାଇଟ୍ ଲଗାଇ ଗାଡି ମୋଟର ଯିବା ଆସିବା କରୁଥିବା ଦେଖିବାକୁ ମିଳିଛି l
More Stories
ଲଗାଣ ବର୍ଷାରେ ଭାଙ୍ଗିଲା ୧୫ରୁ ଅଧିକ ଘର,କ୍ଷତିଗ୍ରସ୍ତ ପରିବାରଙ୍କୁ ରନ୍ଧାଖାଦ୍ୟ ବଣ୍ଟନ
ବହୁ ଚର୍ଚ୍ଚିତ ନଦୀରୁ ଇନ୍ଦୁପୁର ନଦୀ ପୋଲ୍ହ ରୁ ପେଲି ମାରିଦେବା ଘଟଣାରେ ୬ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ନିକିରାଇ ପୋଲିସ l