Headlines Odisha Tv

An Odia News Portal

ପାକିସ୍ତାନର ମୁଖା ଖୋଲିବେ ଅଦନାନ୍‌ ସାମି

ମୁମ୍ଵାଇ ୧୫।୧୧: ଗାୟକ ଅଦନନ୍ ସାମି କିଛି ବର୍ଷ ପୂର୍ବେ ପାକିସ୍ତାନ ନାଗରିକତ୍ୱ ଛାଡି ଭାରତୀୟ ନାଗରିକତ୍ୱ ନେଇଥିଲେ। ତାଙ୍କ ପିତା ପାକିସ୍ତାନୀ ହୋଇଥିବାବେଳେ ସେ ବ୍ରିଟେନରେ ଜନ୍ମଗ୍ରହଣ କରିଥିଲେ। ବର୍ତ୍ତମାନ ଅଦନନ୍ ସାମି ସେଠାରେ ଥିବା ସମୟରେ ପାକିସ୍ତାନ ପ୍ରଶାସନ ଉପରେ ଘୋର ଆକ୍ରମଣ କରିଥିଲେ। ଏହାକୁ ନେଇ ସେ ଏକ ନୋଟ୍ ସେୟାର କରି ପ୍ରତିଶ୍ରୁତି ଦେଇଛନ୍ତି ଯେ ପ୍ରଶାସନ ତାଙ୍କ ପ୍ରତି କିପରି ବ୍ୟବହାର କରିଛି। ସେହି ସତ୍ୟତାକୁ ସମସ୍ତଙ୍କ ସାମ୍ନାକୁ ଆଣିବେ। ସେ ସମସ୍ତଙ୍କୁ ସମାନ ଭାବରେ ଭଲ ପାଆନ୍ତି କିନ୍ତୁ ସେଠାରେ ଥିବା ନିୟମ ପ୍ରତି ବିରକ୍ତ ହୁଅନ୍ତି ।