ନୂଆଦିଲ୍ଲୀ, ଡିସେମ୍ବର ୨୨ : ଚେନ୍ନାଇ ସୁପର କିଙ୍ଗ୍ସର ଅଧିନାୟକ ତଥା ଟିମ୍ ଇଣ୍ଡିଆର ପୂର୍ବତନ କ୍ୟପାଟେନ୍ ମହେନ୍ଦ୍ର ସିଂହ ଧୋନୀ ଏବେ ବଡ଼ଦିନ ଅବସରରେ ନିଜ ପରିବାର ସହିତ ଦୁବାଇରେ ଅଛନ୍ତି। ପତ୍ନୀ ସାକ୍ଷୀ ଓ ଝିଅ ଜିଭାଙ୍କୁ ନେଇ ଏକ ଦୀର୍ଘକାଳୀନ ଛୁଟିରେ ଯାଇଛନ୍ତି। ଦୁବାଇର ପାଲ୍ମ ଜୁମେରିରଆରେ ସେ ନୂଆବର୍ଷ ଯାଏଁ ରହିବେ। ଟିମ୍ ଇଣ୍ଡିଆର ସଫଳ ଅଧିନାୟକଙ୍କ ମଧ୍ୟରୁ ଅନ୍ୟତମ ମହେନ୍ଦ୍ର ସିଂହ ଦୁବାଇକୁ ଭଲ ପାଆନ୍ତି। ସୂଚନାଯୋଗ୍ୟ ମହେନ୍ଦ୍ର ସିଂହ ଧୋନୀ ନିକଟରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ପ୍ରଫୁଲ୍ଲ ପଟେଲଙ୍କ ପୁଅଙ୍କ ବିବାହ ସମାରୋହରେ ଯୋଗଦେବା ପାଇଁ ରାଜସ୍ଥାନର ଜୟପୁର ଯାଇଥିଲେ। ବିବାହ ସମାରୋହରେ ଯୋଗଦେଇଥିବା ଫଟୋ ସାମାଜିକ ଗଣମାଧ୍ୟମରେ ସେୟାର କରିଥିଲେ। ଏହା ପରେ ସେ ଦୁବାଇରେ ବଡ଼ଦିନ ଓ ନୂଆବର୍ଷ ପାଳନ କରିବାକୁ ଇଚ୍ଛା ପ୍ରକାଶ କରିଥିଲେ। ଧୋନୀଙ୍କ ଝିଅ ଜିଭା ଇନଷ୍ଟାଗ୍ରାମରେ ଏକ ଫଟୋ ସେୟାର କରିଛନ୍ତି, ଯେଉଁଥିରେ ସେ ପାଲମ ଜୁମେରିଆର ସୁଇମିଙ୍ଗ ପୋଲ ନିକଟରେ ଆଖି ବନ୍ଦ କରି ଛିଡ଼ା ହୋଇଛନ୍ତି।
ପତ୍ନୀ ସାକ୍ଷୀ, ଝିଅ ଜିଭାଙ୍କ ସହ ଦୁବାଇରେ ବଡଦିନ ଛୁଟି ମନାଉଛନ୍ତି ଏମ୍ଏସ୍ ଧୋନୀ

More Stories
ଉପରମୁଣ୍ଡରେ ବଢୁଛି ଜଳସ୍ତର, ଖୋଲିଲା ହୀରାକୁଦର ଆଉ ୪ଟି ଗେଟ୍; ମୋଟ ୧୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ
ଇଣ୍ଡିଆନ ରାଇସ୍ କଂଗ୍ରେସର ଉଦଘାଟନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ତୁର୍କୀ ଭୂମିକମ୍ପ: ୫୬୮ ମୃତ; ଉଦ୍ଧାର ଅଭିଯାନ ଜାରି, ଶୋକବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ ମୋଦୀ