ତେଲକୋଇ ୦୮/୧୦: କୃଷ୍ଣପୁର ଓ ପଡାଙ୍ଗ ଗାଁରେ ହାତୀପଲଙ୍କ ଆତଙ୍କ । ଲୋକେ ଭୟଭୀତ । ଗତକାଲି ବିଳମ୍ବିତ ରାତିରେ ତେଲକୋଇ ରେଞ୍ଜ ବିମଳା ଫରେଷ୍ଟ ବିଟ ପଡାଙ୍ଗ ଓ କୃଷ୍ଣପୁର ଗାଁରେ ହାତୀପଲଙ୍କ ଆତଙ୍କ ସୃଷ୍ଟି କରିଛନ୍ତି । ଏକର ଏକର ପାଚିଲା ଧାନଫସଲକୁ ଦଳିମକଚି ନଷ୍ଟ କରିଦେଇଛନ୍ତି । ଏନେଇ ମୁଣ୍ଡରେ ହାତଦେଇ ବସିଛି ଚାଷୀ । ମୁଣ୍ଡ ଝାଳ ତୁଣ୍ଡରେ ମାରି ଅର୍ଥ ଖର୍ଚ୍ଚ କରି ଫସଲ ଅମଳ ପାଇଁ ଅନେଇ ବସିଥିବା ଚାଷୀ ଏବେ ହତାଶ ହୋଇପଡିଛି । ପଡାଙ୍ଗ ଗାଁର ରବି ସାହୁ, କୃଷ୍ଣପୁର ଗାଁର ଉଲ ପାତ୍ର ଓ ହିମାଂଶୁ ପ୍ରଧାନଙ୍କ ପାଞ୍ଚ ଏକରରୁ ଉର୍ଦ୍ଧ ପାଚିଲା ଧାନଫସଲକୁ ହାତୀପଲ ଦଳିମକଚି ନଷ୍ଟ କରିଦେଇଛନ୍ତି । ଯାହାକୁ ନେଇ ଚାଷୀମାନେ ଚିନ୍ତାରେ ପଡିଯାଇଛନ୍ତି । ବାରମ୍ବାର ହାତୀପଲ ଧାନଫସଲ ନଷ୍ଟ କରୁଥିବା ବେଳେ ଚାଷୀଙ୍କ ଫସଲକୁ ସୁରକ୍ଷା ଦେବାରେ ବନବିଭାଗ ବିଫଳ ହୋଇଥିବା ଅଭିଯୋଗ ହୋଇଛି।
ପଡାଙ୍ଗ ଗାଁରେ ସାତ ଟିକିଆ ହାତୀପଲଙ୍କ ଉପଦ୍ରବ

More Stories
ଉପରମୁଣ୍ଡରେ ବଢୁଛି ଜଳସ୍ତର, ଖୋଲିଲା ହୀରାକୁଦର ଆଉ ୪ଟି ଗେଟ୍; ମୋଟ ୧୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ
ଇଣ୍ଡିଆନ ରାଇସ୍ କଂଗ୍ରେସର ଉଦଘାଟନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ତୁର୍କୀ ଭୂମିକମ୍ପ: ୫୬୮ ମୃତ; ଉଦ୍ଧାର ଅଭିଯାନ ଜାରି, ଶୋକବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ ମୋଦୀ