ନୂଆଦିଲ୍ଲୀ : ପଂଜାବ ପଟିଆଲା ସହରର ବିକାଶ ପ୍ରସଙ୍ଗକୁ ନେଇ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ମୁହାଁମୁହିଁ ହୋଇଛନ୍ତି। ପଟିଆଲାରେ ୧୬୭ କୋଟି ଟଙ୍କାର ବିକାଶମୂଳକ ପ୍ରକଳ୍ପର ସମୀକ୍ଷା କରି ମାନ୍ ଅମରିନ୍ଦର ସିଂହଙ୍କୁ କଡ଼ା ସମାଲୋଚନା କରିଛନ୍ତି। ମାନ୍ କହିଛନ୍ତି, ମହାରାଜାମାନେ କ୍ଷମତାରେ ଥିଲେ ସୁଦ୍ଧା ପଟିଆଲା ବିକାଶଠୁ ପଛରେ ରହିଯାଇଛି। ମାନ୍ କହିଛନ୍ତି, ଏହା ଦୁର୍ଭାଗ୍ୟଜନକ ଯେ କ୍ଷମତାରେ ଥିବା ଲୋକମାନେ ସହରର ଖର୍ଚ୍ଚରେ ନିଜ ପ୍ରାସାଦ ଡେକୋରେଟ୍ କରିଛନ୍ତି। ମହାରାଜାମାନେ ସହରର ବିକାଶ ଅପେକ୍ଷା ନିଜ ବିକାଶ ପାଇଁ ଅଧିକ ଚିନ୍ତିତ। ସେ କହିଛନ୍ତି, ପଟିଆଲାକୁ ‘ସିଟି ଅଫ୍ ଗାର୍ଡେନ୍ସ’ କୁହାଯାଏ । କିନ୍ତୁ କ୍ଷମତାରେ ଥିବା ଲୋକଙ୍କ ଭୁଲ୍ ପାଇଁ ସହର ଏହାର ଚମକ ହରାଇଛି। ତେବେ ମାନ୍ଙ୍କୁ କଡ଼ା ଜବାବ ଦେଇଛନ୍ତି ଅମରିନ୍ଦର। ଏକ ଟ୍ବିଟ୍ କରି ପୂର୍ବତନ ମୁଖ୍ୟମନ୍ତ୍ରୀ କହିଛନ୍ତି, ‘ ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଯେ ଭଗୱନ୍ତ ମାନ୍ ପଟିଆଲା ଆସିଛନ୍ତି ଏବଂ ମୁଁ ସହର ପାଇଁ କିଛି କରିନି ବୋଲି କହିଛନ୍ତି। ମୋ କାର୍ଯ୍ୟକାଳ ସମୟରେ ମୁଁ ଆରମ୍ଭ କରିଥିବା ପ୍ରକଳ୍ପ କାର୍ଯ୍ୟ ଏବେ ଶେଷ ହୋଇ ଆସିଥିବା ବେଳେ ମାନ୍ ଏବେ ସେହି ପ୍ରକଳ୍ପ ଘୋଷଣା କରୁଛନ୍ତି। ଅମରିନ୍ଦର କହିଛନ୍ତି, ପଟିଆଲା ପାଇଁ ମାନ କେଉଁ ନୂଆ ପ୍ରକଳ୍ପ ଆରମ୍ଭ କରିଛନ୍ତି ତାହା ସେ କହିପାରିବେ କି। ଉଲ୍ଲେଖଯୋଗ୍ୟ, ଅମରିନ୍ଦର ସିଂହ ପଟିଆଲାର ଭୂତପୂର୍ବ ରାଜ ପରିବାରର ଜଣେ ବଂଶଜ।
ପଟିଆଲା ବିକାଶ ପ୍ରସଙ୍ଗକୁ ନେଇ ମାନ୍-ଅମରିନ୍ଦର ମୁହାଁମୁହିଁ

More Stories
ଉପରମୁଣ୍ଡରେ ବଢୁଛି ଜଳସ୍ତର, ଖୋଲିଲା ହୀରାକୁଦର ଆଉ ୪ଟି ଗେଟ୍; ମୋଟ ୧୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ
ଇଣ୍ଡିଆନ ରାଇସ୍ କଂଗ୍ରେସର ଉଦଘାଟନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ତୁର୍କୀ ଭୂମିକମ୍ପ: ୫୬୮ ମୃତ; ଉଦ୍ଧାର ଅଭିଯାନ ଜାରି, ଶୋକବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ ମୋଦୀ