ଭୁବନେଶ୍ୱର, ନଭେମ୍ବର ୫ : ପଞ୍ଚାୟତ ନିର୍ବାଚନ ନେଇ ଆରମ୍ଭ ହେଲାଣି ପ୍ରସ୍ତୁତି । ଆସନ୍ତାକାଲି ବସି ସର୍ବଦଳୀୟ ବୈଠକ । ଭୋଟର ତାଲିକା ପ୍ରସ୍ତୁତି ସହ ସୁରୁଖୁରୁରେ ପଞ୍ଚାୟ ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ କମିଶନ ସର୍ବଦଳୀୟ ବୈଠକ ଡକାଇଛନ୍ତି । ଆସନ୍ତାକାଲି ପୂର୍ବାହ୍ନ ୧୧ଟାରେ ଏହି ବୈଠକ ବସିବ । ଏହି ବୈଠକରେ ନିର୍ଭୁଲ ଭୋଟର ତାଲିକା ପ୍ରସ୍ତୁତି ଉପରେ ଗୁରୁତ୍ୱ ଦିଆଯିବ । ତେବେ ଭୋଟର ତାଲିକା ପ୍ରସ୍ତୁତି ସହ ନିର୍ବାଚନ ପ୍ରକ୍ରିୟା ବାବଦରେ ଆଲୋଚନା ହେବ । ଏହି ବୈଠକରେ ବିଜେଡିର ବରିଷ୍ଠ ବିଧାୟକ ଦେବୀ ମିଶ୍ର ଯୋଗ ଦେବେ । ଦଳ ପକ୍ଷରୁ ଦେବୀ ମିଶ୍ର ଯୋଗ ଦେବା ନେଇ ବିଜେଡି ସଭାପତି ନବୀନ ପଟ୍ଟନାୟକ ମନୋନୀତ କରିଛନ୍ତି । ତେବେ ପୂର୍ବରୁ ୱାର୍ଡ ମେମ୍ବର, ସରପଞ୍ଚ, ସମିତି ସଭ୍ୟ ଓ ବ୍ଲକ ଅଧ୍ୟକ୍ଷ ସଂରକ୍ଷଣ ତାଲିକା ଜିଲ୍ଲାପାଳମାନେ ଚୂଡାନ୍ତ କରି ରାଜ୍ୟ ନିର୍ବାଚନ କମିଶନଙ୍କୁ ଦେବା ସହ ପଞ୍ଚାୟତିରାଜ ବିଭାଗ ଜିଲ୍ଲା ପରିଷଦ ସଂରକ୍ଷଣ ତାଲିକା ଚୂଡାନ୍ତ କରିସାରିଛି ।
ତେବେ ଭାରତର ନିର୍ବାଚନ କମିଶନର ୨୦୨୧ର ଭୋଟର ତାଲିକା ଦେଇସାରିଛନ୍ତି । ରାଜ୍ୟ ନିର୍ବାଚନ କମିଶନର ଏହି ତାଲିକା ସଂଶୋଧନ କରିବା ପାଇଁ ଏହି ସର୍ବଦଳୀୟ ବୈଠକ ଡାକିଛନ୍ତି ।
More Stories
୫୧ ଏକର ଗଞ୍ଜେଇ ଗଛ କାଟି ନଷ୍ଟ କଲେ ପୋଲିସ ଓ ଅବକାରୀ ବିଭାଗ*
ସରକାରୀ ଅର୍ଥ ଆତ୍ମସାତ ଅଭିଯୋଗରେ ଗିରଫ ହେଲେ ବନପାଳ ଓ ଗାଁ ସାଥୀ*
ଡେଲାଙ୍ଗ ଜଳବନ୍ଦୀ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଆଇଆଇଡବ୍ଲ୍ୟୁଏମ୍ ରେ କର୍ମଶାଳା