ଚଣ୍ଡୀଗଡ଼, ସେପ୍ଟେମ୍ବର ୨୯ : ପଂଜାବ କଂଗ୍ରେସରେ ମଙ୍ଗଳବାର ପୁଣି ଥରେ ବିବାଦ ଆରମ୍ଭ ହୋଇଯାଇଛି । ଗତ ୨୦ ତାରିଖରେ ଚରଣଜୀତ ସିଂହ ଚନ୍ନୀ ମୁଖ୍ୟମନ୍ତ୍ରୀ ହେବା ପରେ କୁହାଯାଉଥିଲା ଯେ, ପଂଜାବ ଏଣିକି ଠିକ୍ଠାକ ଚାଲିବ । କିନ୍ତୁ ଠିକ ୮ ଦିନ ପରେ ନଭଜ୍ୟୋତ ସିଂହ ସିଦ୍ଧୁ କଂଗ୍ରେସର ରାଜ୍ୟ ସଭାପତି ପଦରୁ ଇସ୍ତଫା ଦେଇଛନ୍ତି । ନିଜର ଇସ୍ତଫାରେ ସେ ଲେଖିଛନ୍ତି ଯେ, ମୁଁ କଂଗ୍ରେସର ଭବିଷ୍ୟତ ଏବଂ ପଂଜାବର କଂଗ୍ରେସ ସଭାପତି ପଦରୁ ମଙ୍ଗଳ ପାଇଁ ଇସ୍ତଫା ଦେଇଛି । ମାତ୍ର ସିଦ୍ଧୁ ସ୍ପଷ୍ଟ ଭାବେ କହିଛନ୍ତି, କଂଗ୍ରେସ ପାଇଁ କାମ କରିବେ ।
କୁହାଯାଉଛି ଯେ, ସିଦ୍ଧୁଙ୍କ ସହିତ ବ୍ୟକ୍ତିଗତ କଳହ କାରଣରୁ କ୍ୟାପଟେନ ଅମରିନ୍ଦର ସିଂହ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । କ୍ୟାପଟେନ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାର ୮ ଦିନ ପରେ ଚରଣଜୀତ ସିଂହ ଚନ୍ନୀ ମୁଖ୍ୟମନ୍ତ୍ରୀ ପଦ ପାଇଁ ଶପଥ ନେଇଥିଲେ । ଏହି ସମୟରେ ସିଦ୍ଧୁ ଭାବୁକ ଦେଖାଯାଇଥିଲେ ଏବଂ ନିଜକୁ ନିୟନ୍ତ୍ରିତ କରିପାରି ନଥିଲେ । ଚନ୍ନୀଙ୍କ ସହିତ ହାତ ମିଶାଇ ଥିଲେ । କେବଳ ଏତିକି ନୁହେଁ ୭ ଦିନ ପୂର୍ବରୁ ମୁଖ୍ୟମନ୍ତ୍ରୀ ଚନ୍ନୀଙ୍କ ସହିତ ଘରୋଇ ଜେଟରେ ବସି ଦିଲ୍ଲୀ ଗସ୍ତ କରିଥିଲେ ।
ଆଠ ଦିନ ପୂର୍ବରୁ କୁହାଯାଉଥିଲା ଯେ, ଚରଣଜୀତ ସିଂହ ଚନ୍ନୀଙ୍କୁ ପ୍ରଥମ ଦଳିତ ମୁଖ୍ୟମନ୍ତ୍ରୀ କରି କଂଗ୍ରେସ ପଂଜାବରେ ବଡ଼ ମାଷ୍ଟରଷ୍ଟୋକ ଖେଳିଛି । କିନ୍ତୁ ୮ ଦିନରେ ସିଦ୍ଧୁ ଏଥିରୁ ପବନ ବାହାର କରିଦେଇଛନ୍ତି । ସିଦ୍ଧୁଙ୍କ ଇସ୍ତଫା ଦେବା ପରେ ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହ କହିଛନ୍ତି ଯେ, ମୁଁ ପୂର୍ବରୁ ମଧ୍ୟ କହୁଥିଲି ଯେ, ସେ ଜଣେ ସ୍ଥିତ ମଣିଷ ନୁହଁନ୍ତି । ପଂଜାବ ଭଳି ସୀମାକୁ ଲାଗି ରହିଥିବା ରାଜ୍ୟ ପାଇଁ ସିଦ୍ଧୁ ଉପଯୁକ୍ତ ନୁହଁନ୍ତି । ନଭଜ୍ୟୋତ ସିଂହ ସିଦ୍ଧୁଙ୍କୁ ନେଇ ଏବେ ପ୍ରଶ୍ନ ଉଠୁଛି ଯେ,ଦଳ ଛାଡୁଛନ୍ତି କାହିଁକି?
More Stories
ଲଗାଣ ବର୍ଷାରେ ଭାଙ୍ଗିଲା ୧୫ରୁ ଅଧିକ ଘର,କ୍ଷତିଗ୍ରସ୍ତ ପରିବାରଙ୍କୁ ରନ୍ଧାଖାଦ୍ୟ ବଣ୍ଟନ
ବହୁ ଚର୍ଚ୍ଚିତ ନଦୀରୁ ଇନ୍ଦୁପୁର ନଦୀ ପୋଲ୍ହ ରୁ ପେଲି ମାରିଦେବା ଘଟଣାରେ ୬ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ନିକିରାଇ ପୋଲିସ l