ଆୟବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ସରକାରୀ ବାବୁଙ୍କ ଘରେ ଭିଜିଲାନ୍ସ ରେଡ଼ । ପୂର୍ବତନ ନେସ୍କୋ ଓ ବର୍ତ୍ତମାନର ଟିପିଏନଏଲ ଇଲେକ୍ଟ୍ରିକ ବିଭାଗର ଏମଆରଟି ଡ଼େପୁଟି ମ୍ୟାନେଜର ମହେଶ୍ୱର ସେଠୀଙ୍କ ଘରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢଉ କରାଯାଇଛି ।
ଏକକାଳୀନ କେନ୍ଦୁଝର ସହର କାଶୀପୁର ସ୍ପଂଜ କଲୋନୀ ସ୍ଥିତ ବାସଭବନ, ରିମୂଳି ସ୍ଥିତ ଶ୍ୱଶୁର ଘର ଓ ଘଟଗାଁ ବ୍ଳକ ସ୍ଥିତ ମୁକୁନ୍ଦପୁର ପୈତୃକ ଗାଁ ବାସଭବନ ଏବଂ କେନ୍ଦୁଝର ସ୍ଥିତ କାର୍ଯ୍ୟାଳୟରେ ରେଡ଼ କରିଛି ଭିଜିଲାନ୍ସ । ଏହି ଚଢଉରେ ବାଲେଶ୍ୱର, ଭଦ୍ରକ, କେନ୍ଦୁଝର ଡ଼ିଭିଜନର ଭିଜିଲାନ୍ସ ଟିମ୍ ସାମିଲ ହୋଇଥିବା ସୁଚନା ମିଳିଛି ।
ତାଙ୍କ ନାଆଁରେ ପୂର୍ବରୁ ଦୁର୍ନୀତି ଅଭିଯୋଗ ହୋଇଥିଲା ବୋଲି କୁହାଯାଉଛି। ତେବେ ସଂପତ୍ତିର ମୂଲ୍ୟ କେତେ ହେବ, ତାର ଆକଳନ ଆରମ୍ଭ ହୋଇଛି। ତେବେ ଏନେଇ ଭିଜିଲାନ୍ସ ପକ୍ଷରୁ ବିଶେଷ ସୂଚନା ମିଳିନାହିଁ।
More Stories
ଲଗାଣ ବର୍ଷାରେ ଭାଙ୍ଗିଲା ୧୫ରୁ ଅଧିକ ଘର,କ୍ଷତିଗ୍ରସ୍ତ ପରିବାରଙ୍କୁ ରନ୍ଧାଖାଦ୍ୟ ବଣ୍ଟନ
ବହୁ ଚର୍ଚ୍ଚିତ ନଦୀରୁ ଇନ୍ଦୁପୁର ନଦୀ ପୋଲ୍ହ ରୁ ପେଲି ମାରିଦେବା ଘଟଣାରେ ୬ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ନିକିରାଇ ପୋଲିସ l