ପୋଖରା: ନେପାଳର ପୋଖରାରେ ରବିବାର ହୋଇଥିବା ଭୟଙ୍କର ବିମାନ ଦୁର୍ଘଟଣାର କାରଣ କହିବ ବ୍ଲାକବକ୍ସ। ଆଜି ଉଦ୍ଧାରକାରୀ ଦଳ ସକାଳୁ ସର୍ଚ୍ଚ ଅପରେସନ ଆରମ୍ଭ କରିଥିବା ବେଳେ ଦୁର୍ଘଟଣାସ୍ଥଳରୁ ବ୍ଲାକବକ୍ସକୁ ଠାବ କରିଛନ୍ତି। ବିମାନର ବ୍ଲାକବକ୍ସରେ ଦୁର୍ଘଟଣାର ପ୍ରକୃତ କାରଣ ରେକର୍ଡ ହୋଇ ରହିଥାଏ। ତେଣୁ କେଉଁ ପରିସ୍ଥିତିରେ ବିମାନିଟି କ୍ରାଶ କଲା, ତା’ର କାରଣ ଏବେ ଠାବ ହୋଇଥିବା ବ୍ଲାକବକ୍ସରୁ ଜଣାପଡ଼ିବ ବୋଲି ସମସ୍ତେ ଆଶା ରଖିଛନ୍ତି। ରବିବାର ଦିନ ପ୍ରାୟ୧୧ଟା ବେଳେ ପୋଖରାର ସେତୀ ନଦୀ କୂଳରେ ୟେତି ଏୟାରଲାଇନ୍ସର ଯାତ୍ରିବାହୀ ବିମାନ କ୍ରାଶ ହୋଇଯାଇଥିଲା। ଦୁର୍ଘଟଣା ପରେ ବିମାନରେ ନିଆଁ ଲାଗି ଯିବାରୁ ଏଥିରେ ଥିବା ସମସ୍ତ ୭୨ ଜଣ ଲୋକ ପ୍ରାଣ ହରାଇଥିବା ସୂଚନା ମିଳିଥିଲା।
ନେପାଳ ବିମାନ କ୍ରାଶ: ମିଳିଲା ବ୍ଲାକବକ୍ସ

More Stories
ଉପରମୁଣ୍ଡରେ ବଢୁଛି ଜଳସ୍ତର, ଖୋଲିଲା ହୀରାକୁଦର ଆଉ ୪ଟି ଗେଟ୍; ମୋଟ ୧୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ
ଇଣ୍ଡିଆନ ରାଇସ୍ କଂଗ୍ରେସର ଉଦଘାଟନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ତୁର୍କୀ ଭୂମିକମ୍ପ: ୫୬୮ ମୃତ; ଉଦ୍ଧାର ଅଭିଯାନ ଜାରି, ଶୋକବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ ମୋଦୀ