ନୀଳଗିରି ୧୮।୭: ବାଲେଶ୍ଵର ଜିଲ୍ଲା ନୀଳଗିରି ନରଣପୁର ଅଞ୍ଚଳରେ ଏକ ଦନ୍ତା ହାତୀର ମୃତ୍ୟୁ ହୋଇଥିବା ଦେଖିବାକୁ ମିଳିଛି । ରାତିରେ ଦନ୍ତାଟି ଉପଦ୍ରବ କରୁଥିବା ବେଳେ ସକାଳେ ବରାଗଡ଼ିଆ ଗ୍ରାମରେ ହାତୀଟିର ମୃତଦେହ ଦେଖିବାକୁ ମିଳିଛି। ଗତ କିଛିଦିନ ପୂର୍ବରୁ ଜଣେ ବ୍ୟକ୍ତିଙ୍କୁ ଦନ୍ତା ଆକ୍ରମଣ କରି ମାରି ଦେଇଥିଲା । ପ୍ରତିଶୋଧ ପରାୟଣ ହୋଇ ଅଞ୍ଚଳବାସୀ ହାତୀଟିକୁ ମାରିଦେଇଥିବା ଅନୁମାନ କରାଯାଉଛି । ଘଟଣାସ୍ଥଳରେ ନୀଳଗିରି ବନ ବିଭାଗ ପହଞ୍ଚି ତଦନ୍ତ ଆରମ୍ବ କରିଛି ।
ନୀଳଗିରିରେ ଦନ୍ତା ହାତୀର ମୃତ୍ୟୁ, ଅଞ୍ଚଳବାସୀ ହାତୀଟିକୁ ମାରିଦେଇଥିବା ସନ୍ଦେହ

More Stories
ଉପରମୁଣ୍ଡରେ ବଢୁଛି ଜଳସ୍ତର, ଖୋଲିଲା ହୀରାକୁଦର ଆଉ ୪ଟି ଗେଟ୍; ମୋଟ ୧୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ
ଇଣ୍ଡିଆନ ରାଇସ୍ କଂଗ୍ରେସର ଉଦଘାଟନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ତୁର୍କୀ ଭୂମିକମ୍ପ: ୫୬୮ ମୃତ; ଉଦ୍ଧାର ଅଭିଯାନ ଜାରି, ଶୋକବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ ମୋଦୀ