Headlines Odisha Tv

An Odia News Portal

ନୀତିରେ ବିଭ୍ରାଟ, ଚାପ ଖେଳିପାରିଲେନି ମହାପ୍ରଭୁ  

ବ୍ରହ୍ମଗିରି ୦୪।୦୫ : ମହାପ୍ରଭୁ ଅଲାରନାଥଙ୍କ ଅକ୍ଷୟ ତୃତୀୟା ଚାପ ନୀତିରେ ବିଭ୍ରାଟ।  ଚାପ ଖେଳିପାରିଲେନି ମହାପ୍ରଭୁ  । ବିମାନ କାନ୍ଧେଇବାକୁ କେନ୍ଦ୍ର କରି ବିମାନବଡୁ ସେବାୟତଙ୍କ ମଧ୍ୟରେ ବିବାଦ ଯୋଗୁଁ ଅକ୍ଷୟ ତୃତୀୟାରେ ଏପରି ବିଭ୍ରାଟ ହୋଇଛି। ଖବର ଅନୁଯାୟୀ, ମଙ୍ଗଳବାର ସନ୍ଧ୍ୟାରେ ସୁସଜ୍ଜିତ ବିମାନରେ ମହାପ୍ରଭୁଙ୍କ ବିଜେ ପ୍ରତିମା ମଦନମୋହନ ଓ ଭୂଦେବୀ ଶ୍ରୀଦେବୀ  ଏବଂ ପାଲିଙ୍କିରେ ରାମ କୃଷ୍ଣ ଚାପ ପୁଷ୍କରିଣୀକୁ ଯାଇଥାନ୍ତେ । ସେଠାରେ ନନ୍ଦା ଭଦ୍ରା ଡଙ୍ଗାରେ ବିଜେ କରି ଚାପ ଖେଳିଥାନ୍ତେ ମହାପ୍ରଭୁ । କିନ୍ତୁ ତାହା ହୋଇପାଇଲନାହିଁ  । ବିମାନ କାନ୍ଧେଇବାକୁ ନେଇ ବିମାନବଡୁ ସେବାୟତଙ୍କ ମଧ୍ୟରେ ବିବାଦକୁ ହୋଇଥିଲା। ଶେଷରେ ରାତି ୨ଟାରେ ଶ୍ରୀଜୀଉ ଚାପ ପୁଷ୍କରିଣୀକୁ ଯାଇ କେବଳ ପାଣି ଛୁଇଁ ଆସିଲେ।

You may have missed

1 min read
1 min read