ଭଦ୍ରକ ୦୫।୦୪: ଧାମନଗର ଏନଏସିରେ ଆଜି ସାନି ମତଦାନ ହେବ। ଭଦ୍ରକ ଜିଲ୍ଲା ଧାମନଗର ବିଜ୍ଞାପିତ ଅଞ୍ଚଳ ପରିଷଦର ୪ଟି ୱାର୍ଡ଼ର ୬ଟି ବୁଥରେ ସାନି ମତଦାନ ହେବ। ସକାଳ ୧୦ ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଚାଲିବ ମତଦାନ । ମତଦାନ ପାଇଁ କ଼ଡା ସୁରକ୍ଷା ବ୍ୟବସ୍ଥା ହୋଇଥିବା ବେଳେ ପୋଲିସ ଫ୍ଲାଗ ମାର୍ଚ୍ଚ କରିଛି । ଖବର ଅନୁଯାୟୀ, ମାର୍ଚ୍ଚ ୨୪ ତାରିଖ ମତଦାନ ସମୟରେ ହିଂସାକାଣ୍ଡ ଯୋଗୁଁ ଏନଏସି ନିର୍ବାଚନ ବାଧାପ୍ରାପ୍ତ ହୋଇଥିଲା । ପରବର୍ତ୍ତୀ ସମୟରେ ଅଧିକ ଉତ୍ତେଜନା ସହ ବ୍ୟାପକ ଭଙ୍ଗାରୁଜାକୁ ଦୃଷ୍ଟିରେ ରଖି ସେଠାରେ ମତଦାନ ସମ୍ପୁର୍ଣ୍ଣ ଭାବେ ବନ୍ଦ ହୋଇଥିଲା। ଏନେଇ ପ୍ରଶାସନ ପକ୍ଷରୁ ସେହି ବୁଥ୍ ଗୁଡ଼ିକରେ ସାନି ମତଦାନ ଲାଗି ରାଜ୍ୟ ନିର୍ବାଚନ ଆୟୋଗଙ୍କୁ ଅବଗତ କରାଯାଇଥିଲା। ନିର୍ବାଚନ ଆୟୋଗ ଏହି ବୁଥ୍ ଗୁଡିକରେ ସାନି ମତଦାନ ଲାଗି ନିର୍ଦ୍ଦେଶ ଦେଇଥଲେ । ଆଜି ଭୋଟିଂ ହେବାକୁ ଥିବା ବେଳେ ଆସନ୍ତାକାଲି ଗଣନା ହେବ । ଆଜି ସେଠାରେ ମତଦାନ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ସୁରକ୍ଷା ଦୃଷ୍ଟିରୁ ସେଠାରେ ୫ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ ହେବା ସହ ଜଣେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ, ୩ ଜଣ DSP, ଇନିସପେକ୍ଟର, ସବ ଇନ୍ସପେକ୍ଟର, ASI ଓ ମହିଳା ପୋଲିସ ମୁତୟନ କରାଯାଇଛି । ପ୍ରତ୍ୟେକ ବୁଥ୍ ରେ ସିସିଟିଭି ଲଗାଯାଇଥିବା ବେଳେ ଭିଡିଓ ଗ୍ରାଫି ପାଇଁ ବ୍ୟବସ୍ଥା ହୋଇଛି। ନିର୍ବାଚନ ସୁରୁଖୁରୁରେ ସମ୍ପାଦନ କରିବା ପାଇଁ ପୁଲିସ ଓ ପ୍ରଶାସନ ପକ୍ଷରୁ ବ୍ଯାପକ ବ୍ଯବସ୍ଥା ଗ୍ରହଣ କରାଯାଇଛି ।
ଧାମନଗର ଏନଏସିରେ ଆଜି ସାନି ମତଦାନ

More Stories
ଉପରମୁଣ୍ଡରେ ବଢୁଛି ଜଳସ୍ତର, ଖୋଲିଲା ହୀରାକୁଦର ଆଉ ୪ଟି ଗେଟ୍; ମୋଟ ୧୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ
ଇଣ୍ଡିଆନ ରାଇସ୍ କଂଗ୍ରେସର ଉଦଘାଟନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ତୁର୍କୀ ଭୂମିକମ୍ପ: ୫୬୮ ମୃତ; ଉଦ୍ଧାର ଅଭିଯାନ ଜାରି, ଶୋକବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ ମୋଦୀ