ବାଲିପାଟଣା ୨୬/୦୯: ବାଲିଅନ୍ତା ଥାନା ବାଳକାଟି ବଜାରରେ ଏକ ମୋବାଇଲ୍ ଦୋକାନରେ ନିଆଁ ଲାଗି ସମ୍ପୂର୍ଣ୍ଣ ଜଳି ଯାଇଛି । ଅଗ୍ନିକାଣ୍ଡରେ ପୋଡ଼ି ହୋଇ ୨ ଜଣ ଗୁରୁତର ହୋଇ କ୍ୟାପିଟାଲ୍ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଦୋକାନରେ ଥିବା ପ୍ରାୟ ୧୦ ଲକ୍ଷ ଟଙ୍କାର ମୋବାଇଲ୍ ପୋଡି ପାଉଁଶ ହୋଇଯାଇଛି । ରବିବାର ବିଳମ୍ବିତ ରାତ୍ରି ରେ ଦିଲ୍ଲାପ ସାହୁଙ୍କର ବାଳକାଟି ବଜାରରେ ଥିବା ମୋବାଇଲ୍ ଦୋକାନ ହଠାତ୍ ଜଳି ଉଠିଥିଲା । ଚାହୁଁ ଚାହୁଁ ହୁତୁ ହୁତୁ ହୋଇ ନିଆଁ ଜଳିଥିଲା । ଏହି ସମୟରେ ଦୋକାନରେ ଥିବା ୨ କର୍ମଚାରୀ ମଧ୍ୟ ନିଆଁରେ ପୋଡ଼ି ହୋଇ ଗୁରୁତର ହୋଇଥିଲେ । ତୁରନ୍ତ ତାଙ୍କୁ ୧୦୮ ଆମ୍ବୁଲାନ୍ସ ରେ କ୍ୟାପିଟାଲ୍ ହସ୍ପିଟାଲ ପଠାଯାଇଥିଲା । ଘଟଣାସ୍ଥଳରେ ବାଲିଅନ୍ତା ଦମକଳ ବାହିନି ପହଁଞ୍ଚି ନିଆଁ କୁ ଆୟତ କରିଥିଲେ । ସେତେବେଳକୁ ପୂଜା ସିଜିନ୍ ପାଇଁ ଦୋକାନରେ ଥିବା ପ୍ରାୟ ୧୦ ଲକ୍ଷ ଟଙ୍କା ମୂଲ୍ୟର ମୋବାଇଲ୍ ସବୁ ପୋଡ଼ି ପାଉଁଶ ହୋଇଯାଇଥିଲା । ସର୍ଟ ସର୍କିଟ ରୁ ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି ।
ଦୋକାନରେ ନିଆଁ ଲାଗି ଦୁଇ ଗୁରୁତର

More Stories
ଉପରମୁଣ୍ଡରେ ବଢୁଛି ଜଳସ୍ତର, ଖୋଲିଲା ହୀରାକୁଦର ଆଉ ୪ଟି ଗେଟ୍; ମୋଟ ୧୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ
ଇଣ୍ଡିଆନ ରାଇସ୍ କଂଗ୍ରେସର ଉଦଘାଟନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ତୁର୍କୀ ଭୂମିକମ୍ପ: ୫୬୮ ମୃତ; ଉଦ୍ଧାର ଅଭିଯାନ ଜାରି, ଶୋକବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ ମୋଦୀ