ନୂଆଦିଲ୍ଲୀ, ଜାନୁଆରୀ ୨୭ : ତୃତୀୟ ଲହରରେ ଦେଶରେ ଦୈନିକ ସଂକ୍ରମଣ ସାମାନ୍ୟ ହ୍ରାସ ପାଇଛି । ଗତ ୨୪ ଘଣ୍ଟାରେ ଦେଶରେ ୨ ଲକ୍ଷ ୮୬ ହଜାର ୩୮୪ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥିସହ ଗତ ୨୪ ଘଣ୍ଟା ମଧ୍ୟରେ କରୋନା ଯୋଗୁଁ ୫୭୩ ଜଣଙ୍କର ମୃତ୍ୟୁ ଘଟିଛି। ସବୁଠାରୁ ଚିନ୍ତାଜନକ ବିଷୟ ହେଉଛି ଦେଶରେ ୨୨ ଲକ୍ଷ ୦୨ ହଜାର ୪୭୨ ସକ୍ରିୟ ସଂକ୍ରମିତ ରହିଛନ୍ତି । ଭାରତରେ ଦୈନିକ ସଂକ୍ରମଣ ହାର ଏବେ ୧୯.୫୯% ରହିଛି। ଗତ ୨୪ ଘଣ୍ଟାରେ ଦେଶରେ ୩ ଲକ୍ଷ ୦୬ ହଜାର ୩୫୭ ଜଣ ସୁସ୍ଥ ହୋଇଛନ୍ତି। ଏହା କୁ ମିଶାଇ ମୋଟ ସୁସ୍ଥଙ୍କ ସଂଖ୍ୟା ୩,୭୬,୭୭,୩୨୮ରେ ପହଁଞ୍ଚିଛି। ତେବେ ସମଗ୍ର ଦେଶର କେରୋନା ଟିକା କରଣ ୧୬୩.୮୪ କୋଟି ଡୋଜ୍ ପାର କରିଛି। ସମଗ୍ର ଦେଶରେ ଗତ ୨୪ ଘଣ୍ଟାରେ ୧୪ ଲକ୍ଷ ୬୨ ହଜାର ୨୬୧ ନମୁନା ପରୀକ୍ଷଣ କରାଯାଇଥିବା ବେଳେ ସାପ୍ତାହିକ ସଂକ୍ରମଣ ହାର ଏବେ ୧୭.୭୫% ରହିଛି।
ଦେଶରେ ଗତ ୨୪ ଘଣ୍ଟାରେ ୨ ଲକ୍ଷ ୮୬ ହଜାର ୩୮୪ ସଂକ୍ରମିତ ଚିହ୍ନଟ

More Stories
ଉପରମୁଣ୍ଡରେ ବଢୁଛି ଜଳସ୍ତର, ଖୋଲିଲା ହୀରାକୁଦର ଆଉ ୪ଟି ଗେଟ୍; ମୋଟ ୧୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ
ଇଣ୍ଡିଆନ ରାଇସ୍ କଂଗ୍ରେସର ଉଦଘାଟନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ତୁର୍କୀ ଭୂମିକମ୍ପ: ୫୬୮ ମୃତ; ଉଦ୍ଧାର ଅଭିଯାନ ଜାରି, ଶୋକବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ ମୋଦୀ