ନୂଆଦିଲ୍ଲୀ/ଡେରାଡୁନ, ଅକ୍ଟୋବର ୧୯ : ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ଅକ୍ଟୋବରରେ ହୋଇଥିବା ବର୍ଷା ୬୦ ବର୍ଷର ରେକର୍ଡ ଅତିକ୍ରମ କରିଛି। ୧୯୬୦ ମସିହା ପରେ ଦିଲ୍ଲୀରେ ଚଳିତ ମାସ ଭଳି ବର୍ଷା ହୋଇ ନଥିଲା। କିନ୍ତୁ ଏଥର ୯୩.୪ ମିମି ବର୍ଷା ରେକର୍ଡ କରାଯାଇଛି। ଭାରତୀୟ ପାଣିପାଗ ବିଭାଗ ଅନୁସାରେ ୧୯୧୦ ଅକ୍ଟୋବରରେ ଦିଲ୍ଲୀରେ ୧୮୫.୯ ମିମି ବର୍ଷା ରେକର୍ଡ କରାଯାଇଥିଲା। ୧୯୫୪ରେ ୨୩୮.୨ମିମି, ୧୯୫୬ରେ ୨୩୬.୨ ଓ ୧୯୬୦ରେ ୯୩.୪ମିମି ବର୍ଷା ରେକର୍ଡ କରାଯାଇଥିଲା। ସେହିପରି ୨୦୦୪ ଅକ୍ଟୋବରରେ ୮୯ମିମି ବର୍ଷା ହୋଇଥିଲା।
ଉତ୍ତରାଖଣ୍ଡ ସରକାର ସୋମବାର ୨ୟ ଦିନରେ ଚାରିଧାମ ଯାତ୍ରା ସ୍ଥଗିତ ରଖିଛନ୍ତି। ରାଜ୍ୟରେ ଲଗାତାର ଭାବରେ ପ୍ରବଳ ବର୍ଷା ଜାରି ରହିଥିବାରୁ ସରକାର ଏଭଳି ପଦକ୍ଷେପ ନେଇଛନ୍ତି। ପ୍ରବଳ ବର୍ଷା ଯୋଗୁଁ ଲୋକେ ନାହିଁ ନଥିବା ଅସୁବିଧାର ସାମ୍ନା କରିଛନ୍ତି। ଜାତୀୟ ଗଣମାଧ୍ୟମର ରିପୋର୍ଟ ନଅୁସାରେ ବର୍ଷା ଯୋଗୁଁ ୫ ଜଣ ଲୋକଙ୍କର ମୃତ୍ୟୁ ହୋଇଛି। ଏଥିରେ ୩ ଜଣ ନେପାଳି ଶ୍ରମିକ ମଧ୍ୟ ଅଛନ୍ତି। ୨ ଜଣ ଲୋକ ଆହତ ହୋଇଛନ୍ତି। ରାଜ୍ୟରେ ପ୍ରବଳ ବର୍ଷା ହେଉଥିବାରୁ ଲୋକଙ୍କୁ ଚାରିଧାମ ଯାତ୍ରା ବର୍ତ୍ତମାନ ପରିପ୍ରେକ୍ଷୀରେ ନକିରବାକୁ ସରକାର ଅପିଲ କରିଛନ୍ତି।
More Stories
୫୧ ଏକର ଗଞ୍ଜେଇ ଗଛ କାଟି ନଷ୍ଟ କଲେ ପୋଲିସ ଓ ଅବକାରୀ ବିଭାଗ*
ସରକାରୀ ଅର୍ଥ ଆତ୍ମସାତ ଅଭିଯୋଗରେ ଗିରଫ ହେଲେ ବନପାଳ ଓ ଗାଁ ସାଥୀ*
ଡେଲାଙ୍ଗ ଜଳବନ୍ଦୀ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଆଇଆଇଡବ୍ଲ୍ୟୁଏମ୍ ରେ କର୍ମଶାଳା