ନୂଆଦିଲ୍ଲୀ ୦୬।୦୪ : ଭୟଙ୍କର ଅଗ୍ନିକାଣ୍ଡ । ରାଜଧାନୀ ଦିଲ୍ଲୀ ସ୍ଥିତ ବାଦଲୀ ଏକ୍ସଟେନସନ୍ ଅଞ୍ଚଳରେ ବୁଧବାର ସକାଳେ ନିଆଁ ଲାଗିଥିବା ସୂଚନା ମିଳିଛି । ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଁଚି ନିଆଁ ଲିଭା କାର୍ଯ୍ୟ ଜାରି ରଖିଛି । ସୂଚନା ଅନୁସାରେ, ବାଦଲୀ ଏକ୍ସଟେନସନର ଏ ବ୍ଲକରେ ୧୨ ନମ୍ବର ଗଳିରେ ଥିବା ଏକ ଘରେ ନିଆଁ ଲାଗି ଯାଇଥିଲା । ତେବେ କେଉଁ କାରଣରୁ ନିଆଁ ଲାଗିଛି ତାହା ଅସ୍ପଷ୍ଟ ରହିଛି । ଅଗ୍ନିଶମ ବାହିନୀ ସେଠାରୁ ୮ଜଣଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଛନ୍ତି । ଅଗ୍ନିକାଣ୍ଡ ପାଇଁ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି । ଶେଷ ଖବର ସୁଦ୍ଧା ନିଆଁ ନିୟନ୍ତ୍ରଣରେ ଥିବା ଜଣାପଡିଥିବା ବେଳେ ଘରର ଆସବାବପତ୍ର ପୋଡିଯାଇଥିବା ଦେଖିବାକୁ ମିଳିଛି ।
ଦିଲ୍ଲୀ ବାଦଲୀ ଏକ୍ସଟେନସନ୍ ଅଞ୍ଚଳରେ ଭୟଙ୍କର ଅଗ୍ନିକାଣ୍ଡ

More Stories
ଉପରମୁଣ୍ଡରେ ବଢୁଛି ଜଳସ୍ତର, ଖୋଲିଲା ହୀରାକୁଦର ଆଉ ୪ଟି ଗେଟ୍; ମୋଟ ୧୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ
ଇଣ୍ଡିଆନ ରାଇସ୍ କଂଗ୍ରେସର ଉଦଘାଟନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ତୁର୍କୀ ଭୂମିକମ୍ପ: ୫୬୮ ମୃତ; ଉଦ୍ଧାର ଅଭିଯାନ ଜାରି, ଶୋକବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ ମୋଦୀ