ଭୁବନେଶ୍ୱର, ଡିସେମ୍ବର୨୦ : ଓଡ଼ିଶାରେ ଶୀତର ପ୍ରକୋପ ଜାରି ରହିଛି । ବିଭିନ୍ନ ସ୍ଥାନରେ ରାତ୍ରୀ ତାପମାତ୍ରା ହ୍ରାସ ସହିତ ରାଜ୍ୟରେ ପ୍ରବଳ ଥଣ୍ଡା ପବନ ବହିବାରେ ଲାଗିଛି । ଉପକୂଳଠାରୁ ଆରମ୍ଭ କରି ଆଭ୍ୟନ୍ତରୀଣ ଓଡ଼ିଶା ପର୍ଯ୍ୟନ୍ତ, ରାଜ୍ୟର ଅଧିକାଂଶ ଅଞ୍ଚଳରେ ଶୀତଦିନିଆ ଥଣ୍ଡା ଅନୁଭୂତ ହେଉଛି, ଯାହାଦ୍ୱାରା ଲୋକମାନଙ୍କ ସାଧାରଣ ଜୀବନ ଯାପନ ପ୍ରଭାବିତ ହୋଇଛି । ସୂର୍ଯ୍ୟାଲୋକା ଲୋକ ମାନଙ୍କ ଉପରେ ନପଡିବା ପର୍ଯ୍ୟନ୍ତ ଲୋକେ ବାହାରକୁ ବାହାରିବାକୁ ଅମଙ୍ଗ ହେଉଛନ୍ତି। ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ର ପୂର୍ବାନୁମାନ ଅନୁଯାୟୀ ଆସନ୍ତା ଚାରି ଦିନ ରାଜ୍ୟରେ ଶୁଖିଲା ପାଗ ପ୍ରବାହିତ ହେବ। ଆଗାମୀ ଦିନରେ ସର୍ବନିମ୍ନ ତାପମାତ୍ରା (ରାତିର ତାପମାତ୍ରା) ୩ ରୁ ୪ ଡିଗ୍ରୀ ସେଲସିୟସ ହ୍ରାସ ହେବାର ସମ୍ଭାବନା ଅଛି ଏବଂ ଏହା ପରେ ମଧ୍ୟ ପାଗରେ କୌଣସି ବିଶେଷ ପରିବର୍ତ୍ତନ ଦେଖାଯିବ ନାହିଁ । ଗତକାଲି ଦାରିଙ୍ଗବାଡିରେ ଚଳିତ ବର୍ଷର ସର୍ବନିମ୍ନ ତାପମାତ୍ରା ୪ ଡିଗ୍ରୀ ସେଲସିୟସ ସହିତ ରାଜ୍ୟର ସବୁଠାରୁ ଶୀତଳ ସ୍ଥାନ ଭାବରେ ରେକର୍ଡ କରାଯାଇଛି।
ଦାରିଙ୍ଗବାଡିରେ ରେକର୍ଡ ହେଲା ସିଜନର ସର୍ବନିମ୍ନ ତାପମାତ୍ରା ୪ ଡିଗ୍ରୀ

More Stories
ଉପରମୁଣ୍ଡରେ ବଢୁଛି ଜଳସ୍ତର, ଖୋଲିଲା ହୀରାକୁଦର ଆଉ ୪ଟି ଗେଟ୍; ମୋଟ ୧୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ
ଇଣ୍ଡିଆନ ରାଇସ୍ କଂଗ୍ରେସର ଉଦଘାଟନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ତୁର୍କୀ ଭୂମିକମ୍ପ: ୫୬୮ ମୃତ; ଉଦ୍ଧାର ଅଭିଯାନ ଜାରି, ଶୋକବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ ମୋଦୀ