କୋଣାର୍କ ୨୬/୦୫: କୋଣାର୍କ ଭୂବନେଶ୍ୱରର ମୁଖ୍ୟ ରାସ୍ତା ଦଶବାଟିଆ ଛକ ଗୁଣ୍ଡି ଜଙ୍ଗଲରୁ ଜଣେ ବ୍ୟକ୍ତିକ ମୃତଦେହ ଉଦ୍ଧାର । ଗଛରୁ ଝୁଲନ୍ତା ଅବସ୍ଥାରେ ମୃତଦେହକୁ ଉଦ୍ଧାର କରିଛି କୋଣାର୍କ ପୋଲିସ । ମୃତ ବ୍ୟକ୍ତି ଜଣଙ୍କ ଶାରେଡା ଗାଁର ୬୦ ବର୍ଷୀୟ କୈଳାସ ଚନ୍ଦ୍ର ଖୁଣ୍ଟିଆ ।ଦୀର୍ଘଦିନ ଧରି ରୋଗ ଯନ୍ତ୍ରଣାରେ ଛଟପଟ ହେଉଥିଲେ କୈଳାସ । ଫଳରେ ଶରୀରର ଯନ୍ତ୍ରଣା ସହିନପାରି ଆତ୍ମହତ୍ୟା କରିଥିବା ସନ୍ଦେହ କରାଯଉଛି । ପୋଲିସ ପ୍ରାଥମିକ ତଦନ୍ତରୁ ଏହା ଜାଣିବାକୁ ପାଇଛି । କୋଣାର୍କ ପୋଲିସ ମୃତଦେହକୁ ଜବତ କରି ଅଧିକ ତଦନ୍ତ କରୁଛି ।
ଦଶବାଟିଆ ଛକ ଗୁଣ୍ଡି ଜଙ୍ଗଲରୁ ମୃତଦେହ ଉଦ୍ଧାର, ରୋଗ ଯନ୍ତ୍ରଣା ସହିନପାରି ଆତ୍ମହତ୍ୟା କରିଥିବା ସନ୍ଦେହ

More Stories
ଉପରମୁଣ୍ଡରେ ବଢୁଛି ଜଳସ୍ତର, ଖୋଲିଲା ହୀରାକୁଦର ଆଉ ୪ଟି ଗେଟ୍; ମୋଟ ୧୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ
ଇଣ୍ଡିଆନ ରାଇସ୍ କଂଗ୍ରେସର ଉଦଘାଟନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ତୁର୍କୀ ଭୂମିକମ୍ପ: ୫୬୮ ମୃତ; ଉଦ୍ଧାର ଅଭିଯାନ ଜାରି, ଶୋକବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ ମୋଦୀ