ସାଉଥ ଇଣ୍ଡଷ୍ଟ୍ରୀ ପାଇଁ ଦୁଃଖଦ ଖବର । ତେଲୁଗୁ ଫିଲ୍ମ ଇଣ୍ଡଷ୍ଟ୍ରୀର ଯୁବ କଳାକାର ସୁଧୀର ବର୍ମା ଆତ୍ମହତ୍ୟା କରିଛନ୍ତି। ସୋମବାର ରାତିରେ ଷ୍ଟାର ଜଣକ ଆତ୍ମହତ୍ୟା କରିଛନ୍ତି । ମୃତ୍ୟୁ ବେଳକୁ ୩୩ ବର୍ଷ ହୋଇଥିଲା । ସୁଧୀରଙ୍କ ସାଙ୍ଗ ଏବଂ କୋ ଷ୍ଟାର ସୁଧାକର କୋମକୁଲ ଟ୍ଵିଟ୍ ଜରିଆରେ ସୂଚନା ଦେଇଛନ୍ତି। ସୁଧୀରଙ୍କ ମୃତ୍ୟୁ ବିଷୟରେ ଜାଣି ସାଉଥ ଇଣ୍ଡଷ୍ଟ୍ରୀକୁ ଝଟକା ଲାଗିଛି । ସାଉଥ ଇଣ୍ଡଷ୍ଟ୍ରୀ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛି । ପୋଲିସ କହିବା ମୁତାବକ, ୧୦ ଜାନୁଆରୀରେ ସୁଧୀର ବାରଙ୍ଗଲରେ କୌଣସି ପ୍ରକାରର ବିଷାକ୍ତ ପଦାର୍ଥ ଖାଇଥିଲେ। ପରେ ତାଙ୍କ ସ୍ୱାସ୍ଥ୍ୟ ଖରାପ ହୋଇଥିଲା। ତା’ ପରେ ସେ ତାଙ୍କ ବନ୍ଧୁଙ୍କ ଘରେ ରହିବାକୁ ହାଇଦ୍ରାବାଦ ଚାଲିଯାଇଥିଲେ । ଗତକାଲି ରାତିରେ ବିଶାଖାପାଟନମ ଘରେ ଆତ୍ମହତ୍ୟା କରିଛନ୍ତି ସୁଧୀର ।
ତେଲୁଗୁ ଷ୍ଟାର ସୁଧୀର ବର୍ମାଙ୍କ ଆତ୍ମହତ୍ୟା, କିଛିଦିନ ତଳେ ବିଷାକ୍ତ ଜିନିଷ ଖାଇ ହୋଇଥିଲେ ଅସୁସ୍ଥ

More Stories
ଉପରମୁଣ୍ଡରେ ବଢୁଛି ଜଳସ୍ତର, ଖୋଲିଲା ହୀରାକୁଦର ଆଉ ୪ଟି ଗେଟ୍; ମୋଟ ୧୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ
ଇଣ୍ଡିଆନ ରାଇସ୍ କଂଗ୍ରେସର ଉଦଘାଟନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ତୁର୍କୀ ଭୂମିକମ୍ପ: ୫୬୮ ମୃତ; ଉଦ୍ଧାର ଅଭିଯାନ ଜାରି, ଶୋକବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ ମୋଦୀ