କିଭ ୨୦/୦୪: ୟୁକ୍ରେନ୍ ଓ ରୁଷିଆ ମଧ୍ୟରେ ଯୁଦ୍ଧ ଜାରି ରହିଛି । ୟୁକ୍ରେନ ହମ୍ ଲାର ଆଉ ଏକ ଅଧ୍ୟାୟ ଆରମ୍ଭ କରିଦେଇଛି ରୁଷ । ପୂର୍ବ ଅପେକ୍ଷା ଅଧିକ ଘାତକ ହୋଇଛି ରୁଷ । ରାଜଧାନୀ କିଭ୍ କୁ ଫୋକସ୍ କମାଇ ସିଧା ପୂର୍ବାଞ୍ଚଳକୁ କରିଛି ଟାର୍ଗେଟ । ଡୋନବାସ୍ ଉପରେ ଜୋରଦାର ହୋଇଛି ହମ୍ ଲା । ରାତି ତମାମ ୧୨ ଶହ ସ୍ଥାନରେ ମିସାଇଲ୍ , ତୋପ, ଏୟାର ଷ୍ଟ୍ରାଇକ୍ କରିଛି ରୁଷ ସେନା । ବନ୍ଦରର ସହର ମାରିୟୁପୋଲ ନିୟନ୍ତ୍ରଣକୁ ନେବା ପାଇଁ ଲଗାତାର ବୋମାମାଡ଼ କରିଛି ରୁଷ ସେନା । ଏଠାରେ ୧ ଲକ୍ଷରୁ ଅଧିକ ଲୋକ ଫସି ରହିଥିବା ଯୋଗୁ ଅନେକ ଲୋକ ପ୍ରାଣ ହରାଇଥିବା ଆଶଙ୍କା କରାଯାଉଛି । ୟୁକ୍ରେନ୍ ତରଫରୁ କୁହାଯାଇଛି ଯେ, ଇରପିନରେ ରୁଷିଆ ଆକ୍ରମଣରେ ୨୬୯ ଜଣଙ୍କର ମୃତ୍ୟୁ ହୋଇଛି । ଲଭୀଭରେ ରୁଷୀୟ ସେନାର ମିସାଇଲ ଆକ୍ରମଣରେ ୭ ଜଣଙ୍କର ମୃତ୍ୟୁ ହୋଇଛି । ଋଷିଆ ତରଫରୁ ତୀବ୍ର କରାଯାଇଥିବା ଏହି ଆକ୍ରମଣ ପରେ ୟୁକ୍ରେନରେ ଏୟାର ରେଡ ଆଲର୍ଟ କରାଯାଇଛି । ୟୁକ୍ରେନ୍ ର ରାଷ୍ଟ୍ରପତି ଜେଲେନ୍ ସ୍କି କହିଛନ୍ତି ରୁଷିଆ ସୈନିକ ଡନବାସ ପାଇଁ ଲଢ଼େଇ ଆରମ୍ଭ କରିଦେଇଛନ୍ତି । ଏଥି ସହିତ ସେ କହିଛନ୍ତି ଯେ, ରୁଷିଆ ଯେତେ ପରିମାଣରେ ସୈନିକ ମୁତୟନ କରୁ ପଛେ, ଆମେ ୟୁକ୍ରେନବାସୀଙ୍କୁ ସୁରକ୍ଷା ଦେବୁ । ଆମେ ଲଢ଼ିବୁ ।
More Stories
୫୧ ଏକର ଗଞ୍ଜେଇ ଗଛ କାଟି ନଷ୍ଟ କଲେ ପୋଲିସ ଓ ଅବକାରୀ ବିଭାଗ*
ସରକାରୀ ଅର୍ଥ ଆତ୍ମସାତ ଅଭିଯୋଗରେ ଗିରଫ ହେଲେ ବନପାଳ ଓ ଗାଁ ସାଥୀ*
ଡେଲାଙ୍ଗ ଜଳବନ୍ଦୀ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଆଇଆଇଡବ୍ଲ୍ୟୁଏମ୍ ରେ କର୍ମଶାଳା