Headlines Odisha Tv

An Odia News Portal

ତାରାଙ୍କ ମନ୍ତବ୍ୟକୁ ନେଇ ଛିଡୁନି କଂଗ୍ରେସ କଳି

ଭୁବନେଶ୍ୱର, ଅଗଷ୍ଟ ୩୧ : ଏକାଠି ହୋଇ ପଞ୍ଚାୟତ ନିର୍ବାଚନ ଲଢିବ କଂଗ୍ରେସ । ରାଜ୍ୟ କଂଗ୍ରେସରେ ଗତ କିଛି ଦିନ ଧରି ଚାଲିଥିବା ବିବାଦ ମଧ୍ୟରେ ରାଜ୍ୟ ମୁଖୀଆ ନିରଞ୍ଜନ ପଟ୍ଟନାୟକ ଏହି ମନ୍ତବ୍ୟ ଦେଇଛନ୍ତି । ରାଜ୍ୟ ମୁଖୀଆ ନିରଞ୍ଜନ ପଟ୍ଟନାୟକ ଏହି ମନ୍ତବ୍ୟ ଦେଇଛନ୍ତି । ଏହା ସହିତ ସେ କହିଛନ୍ତି ଯେ ଦଳରେ ଥିବା ସମସ୍ତ ବିବାଦ ସମାଧାନ ହୋଇଛି ଏବଂ ଆଜି ସମସ୍ତ ଜିଲ୍ଲାର ସଭାପତି ଓ ପର୍ଯ୍ୟବେକ୍ଷକ ମାନଙ୍କ ସହିତ ବେଠକ ଚାଲିଛି ।  ତେବେ ଆଜି ଲକ୍ଷ୍ମିପୁର ପୂର୍ବତନ ବିଧାୟକ କୈଳାଶ କୁଲେସିକା ଚାଲିଥିବା କଂଗ୍ରେସ ବିବାଦରେ ମନ୍ତବ୍ୟ ଦେଇ କହିଛନ୍ତି ଯେ ଯଦି ଦଳରେ ଏହିପରି ଭୁଲ କରି କ୍ଷମା ମିଳିଯାଉଛି ସେ ମଧ୍ୟ ଭୁଲ କରି କ୍ଷମା ମାଗିନେବେ । ତେବେ ରାଜ୍ୟ କଂର୍ଗ୍ରେସରେ ଯେ ସବୁକିଛି ଠିକ୍ ଚାଲି ନାହିିଁ ନେତା ମାନଙ୍କ ଏହିଭଳି ମନ୍ତବ୍ୟରୁ ବାରି ହୋଇ ପଡୁଛି । ଗତକାଲି ରାଜ୍ୟ ପ୍ରଭାରୀ ଚେଲ୍ଲା କୁମାର ଭୁବନେଶ୍ୱରରେ ପହଂଞ୍ଚିବା ପରେ କହିଥିଲେ ଯେ ଯେଉଁମାନେ ଦଳ ଛାଡିବାକୁ ଚାହୁଁଛନ୍ତି ସେମାନେ ପଳାନ୍ତୁ କିଛି ଚିନ୍ତା ନାହିଁ ବୋଲି କଡା ମନ୍ତବ୍ୟ ଦେଇଥିଲେ । ଏହା ପରେ ତାରା ନରମ ପଡି ଯାଇଥିଲେ ।  ଗତ କିଛି ଦିନ ଧରି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ବିରୋଧରେ କଟା ମନ୍ତବ୍ୟ ଦେଇ ଚର୍ଚ୍ଚାରେ ଥିଲେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି । ଗତକାଲି ସେ ଗଣମାଧ୍ୟମକୁ କହିଥିଲେ ଯେ ନିରଞ୍ଜନ ହେଉଛନ୍ତି ମୋ ବଡ ଭାଇ,ମୁଁ ତାଙ୍କ ସାନ ଭାଇ,ଯାହା କହିଥିଲି ରାଗରେ କେହିଥିଲି । ତେବେ ପୁର୍ବରୁ ରାଜ୍ୟରେ କଂଗ୍ରେସର ର୍ଦୁଦ୍ଧଶା ପାଇଁ ନିରଞ୍ଜନଙ୍କୁ ଦାୟୀ କରିବା ସହିତ ଅଯୋଗ୍ୟ ସଭାପତି ବୋଲି କହିଥିଲେ ।