Headlines Odisha Tv

An Odia News Portal

ଡେମୋ ଦେଖାଇବ ଅଭିଯୁକ୍ତ ଶିବପ୍ରସାଦ ସାହୁ

ମାହାଙ୍ଗା : ମାହାଙ୍ଗା ଗଣସଂହାର ଘଟଣାରେ ଆଜି କ୍ରାଇମ ରିକ୍ରିଏସନ ହୋଇପାରେ । କେମିତି ଏକା ପାଂଚ ଜଣଙ୍କୁ ହତ୍ୟା କରିଥିଲା ଶିବ ସାହୁ । ସେ ନେଇ ଆଜି ପୁଲିସ ଆଗରେ ଡେମୋ ଦେଖାଇବ । ତେଣୁ ଅଭିଯୁକ୍ତ ଶିବ ପ୍ରସାଦ ସାହୁକୁ ପୁଲିସ ଘଟଣାସ୍ଥଳକୁ ନେବ । ଅଭିଯୁକ୍ତ ଶିବ ପ୍ରସାଦ ଏବେ ରିମାଣ୍ଡରେ ରହିଛି । ସେ ଅସୁସ୍ଥ ଥିବାରୁ ଏବଂ ଠିକ୍ ଭାବେ ଚାଲିପାରୁନି । ଗତକାଲି ସେ ମାହାଙ୍ଗା ମେଡିକାଲରେ ଭର୍ତ୍ତି ହୋଇଥିଲା । ତେଣୁ ପ୍ରଥମ ଦିନରେ ପୁୁଲିସ ଅଭିଯୁକ୍ତକୁ ସେମିତି କିଛି ଜେରା କରିପାରିନଥିବା ସୂଚନା ରହିଛି । ଅଭିଯୁକ୍ତ ଶିବ କେବଳ କହିଛି ନିଜ ବଡ ଭାଇର ପରିବାରକୁ ହତ୍ୟା କରିବା ପରେ ସେ ଘଂଟାଏ ଧରି କଠୋରୀ ଭିତରେ ବସିଥିଲା । ଆଉ କଠୋରୀ ଭିତରେ ପଡିଥିବା ରକ୍ତକୁ ଏକ ଗଞ୍ଜିରେ ପୋଛିଥିଲା ବୋଲି ଶିବ ପୁଲିସକୁ କହିଥିବା ସୂଚନା ରହିଛି । ଆଜି ରିମାଣ୍ଡର ଦ୍ୱିତୀୟ ଦିନ । ଅଭିଯୁକ୍ତ ଶିବ ଯଦି ସୁସ୍ଥ ହୋଇଥିବ ତାହେଲେ ଜେରା କରାଯିବ ଏବଂ ଘଟଣାସ୍ଥଳକୁ ଆଣି କ୍ରାଇମ ରିକ୍ରିଏସନ କରିବାକୁ ପୁଲିସ ଯୋଜନା କରିଛି ସେହିପରି ହତ୍ୟାକାଣ୍ଡ ପରେ ସେହି ବନ୍ଦ କୋଠରୀରୁ କଟୁରୀ, ରକ୍ତ ଭିଜା ଗଞ୍ଜି, ମୃତ ମହିଳାଙ୍କ ଚୁଟି, ବଳକା ଖାଦ୍ୟ ସାମଗ୍ରୀକୁ ଜବତ କରିଛି ପୁୁଲିସ । ଏବେ ଜବତ ହୋଇଥିବା କଟୁରୀ ହତ୍ୟାକାଣ୍ଡରେ ବ୍ୟବହୃତ ହୋଇଥିଲା କି ନାହିଁ ଫରେନସିକ ରିପୋର୍ଟକୁ ଅପେକ୍ଷା କରିଛି ପୁଲିସ । ସେହିପରି ମୃତକଙ୍କୁ ହତ୍ୟା କରିବା ପୂର୍ବରୁ ନିଶା ଦିଆଯାଇଥିଲା କି ନାହିଁ ତାହା ଜାଣିବାକୁ ଭିସେରା ରିପୋର୍ଟକୁ ଅପେକ୍ଷା କରିଛି ପୁଲିସ । ଶିବ ଶୋଇବା କୋଠରୀକୁ ପଶିଯାଇ ପ୍ରଥମେ ଭାଉଜ, ତା ପରେ ଭାଇ, ଦୁଇ ପୁଅକୁ ହତ୍ୟା କରିବା ପରେ ଶେଷରେ ଝିଆରୀକୁ ହତ୍ୟା କରିଥିବା ପୁଲିସ ଆଗରେ ବୟାନ ହେଉଛି । ଏପରିକି ସମସ୍ତଙ୍କୁ ମାରିବା ପରେ ପ୍ରକୃତରେ ସମସ୍ତଙ୍କର ମୃତ୍ୟୁ ହେଲା ନା ନାହିଁ ତାକୁ ଜାଣିବା ପାଇଁ ଘଣ୍ଟାଏ କାଳ ସେଠାରେ ଅପେକ୍ଷା କରି ବସିଥିଲା । ନିଜେ ପିନ୍ଧିଥିବା ଗଞ୍ଜିରେ ଚଟାଣରେ ପଡିଥିବା ରକ୍ତକୁ ପୋଛିବାକୁ ବି ଉଦ୍ୟମ କରିଥିଲା । ଏବଂ ପରେ ଘର ତାଲା ପକାଇ ଚାଲି ଯାଇଥିଲା। ପରେ ନିଜର ଭିଡିଓ ପ୍ରସ୍ତୁତ କରିଥିଲା ଏବଂ ଥାନାକୁ ଯାଇ ଆତ୍ମସମର୍ପଣ କରିଥିଲା ।

You may have missed

1 min read
1 min read