ନୂଆଦିଲ୍ଲୀ: ଆମେରିକୀୟ ଡଲାର ତୁଳନାରେ ଭାରତୀୟ ମୁଦ୍ରା ମୂଲ୍ୟ ହ୍ରାସ ପାଇବାରେ ଲାଗିଛି। ଏନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରୁଛନ୍ତି ବିରୋଧୀ। ହେଲେ କେନ୍ଦ୍ର ଅର୍ଥମନ୍ତ୍ରୀ କହୁଛନ୍ତି, ଭାରତୀୟ ମୁଦ୍ରା ଦୂର୍ବଳ ହେଉନି, ବରଂ ଡଲାର ମଜଭୁତ ହେଉଛି। ନିକଟରେ କେନ୍ଦ୍ରମନ୍ତ୍ରୀ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କର ଏଭଳି ବୟାନକୁ ସମାଲୋଚନା କରିଥିଲେ ଅର୍ଥନୀତିଜ୍ଞ ଓ ବୁଦ୍ଧିଜୀବୀ। ଏବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ୍ ମଧ୍ୟ ମୁଦ୍ରା ମୂଲ୍ୟ ହ୍ରାସ ନେଇ ପ୍ରଧାନମନ୍ତ୍ରୀଙ୍କୁ ଏମିତି ପରାମର୍ଶ ଦେଇଛନ୍ତି ଯାହାକୁ ନେଇ ସମାଲୋଚନା ଆରମ୍ଭ ହୋଇଗଲାଣି। କେଜରିୱାଲ୍ କହିଛନ୍ତି ଯେ ଭାରତୀୟ ମୁଦ୍ରା ଉପରେ ଶ୍ରୀ ଗଣେଶ ଜୀ ଓ ଶ୍ରୀ ଲକ୍ଷ୍ମୀଜୀଙ୍କ ଫଟୋ ଲଗାଯାଉ। କାରଣ ଦେବୀ ଦେବତାଙ୍କର ଆଶୀର୍ବାଦ ରହିବା ନିହାତି ଦରକାର ବୋଲି କେଜରିୱାଲ୍ କହିଛନ୍ତି। ଏନେଇ ସେ ଇଣ୍ଡୋନେସିଆ କରେନ୍ସିର ଉଦାହରଣ ବି ଦେଇଛନ୍ତି। ଭାରତୀୟ ମୁଦ୍ରା ମୂଲ୍ୟ ହ୍ରାସ ଉପରେ ଆଜି ସାମ୍ବାଦିକ ସମ୍ମିଳନୀ କରିଛନ୍ତି କେଜରିୱାଲ୍। ସେ କହିଛନ୍ତି “ ଆମେ ଦେଶର ସ୍ଥିତି ସୁଧାରିବାକୁ ପ୍ରୟାଶ କରିବା ଦରକାର।। ହେଲେ ପ୍ରୟାଶ ସଫଳ ହେବାକୁ ଦେବୀ ଦେବତାଙ୍କ ଆଶୀର୍ବାଦ ରହିବା ନିହାତି ଦରକାର। ସମସ୍ତ ବ୍ୟବସାୟୀ ନିଜ ଘରେ ଲକ୍ଷ୍ମୀ ଓ ଗଣେଶଙ୍କର ଫଟୋ ଲଗାଉଛନ୍ତି। ଆଉ କାମ ଆରମ୍ଭ କରିବା ପୂର୍ବରୁ ସେମାନଙ୍କୁ ପୂଜା କରୁଛନ୍ତି। ତେଣୁ ଆଜି ମୁଁ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରୁଛି ଯେ ଭାରତୀୟ ମୁଦ୍ରା ଉପରେ ଗୋଟିଏ ପଟେ ଗାନ୍ଧୀଜୀଙ୍କ ଫଟୋ ରହିଛି। ତାହା ସେମିତି ରହିବା ଦରକାର। ହେଲେ ଅନ୍ୟପଟେ ଲକ୍ଷ୍ମୀ ଜୀ ଓ ଗଣେଶ ଜୀଙ୍କ ଫଟୋ ଲଗାଯିବା ଉଚିତ୍। ଏଥିରେ ପୂରା ଦେଶକୁ ଆଶୀର୍ବାଦ ମିଳିବ।”
ଡଲାର ତୁଳନାରେ ମୁଦ୍ରା ମୂଲ୍ୟ ହ୍ରାସର ସମାଧାନ କହିଲେ କେଜରିୱାଲ୍

More Stories
ଉପରମୁଣ୍ଡରେ ବଢୁଛି ଜଳସ୍ତର, ଖୋଲିଲା ହୀରାକୁଦର ଆଉ ୪ଟି ଗେଟ୍; ମୋଟ ୧୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ
ଇଣ୍ଡିଆନ ରାଇସ୍ କଂଗ୍ରେସର ଉଦଘାଟନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ତୁର୍କୀ ଭୂମିକମ୍ପ: ୫୬୮ ମୃତ; ଉଦ୍ଧାର ଅଭିଯାନ ଜାରି, ଶୋକବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ ମୋଦୀ