ଭୁୁବନେଶ୍ୱର, ନଭେମ୍ବର ୨୫ : ପୁଣି ଥରେ ଇଡିରେ ହାଜର ହେଲେ ପୂର୍ବତନ ଆଇଏଫଏସ ଅଭୟ ପାଠକ । ଦ୍ୱିତୀୟ ଥର ପାଇଁ ଅଭୟ ପାଠକ ଇଡିରେ ହାଜର ହୋଇଛନ୍ତି । ତେବେ ଚାକିରୀ ଦେବା ନାଁରେ ଠକେଇ ଓ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଅଭୟ ପାଠକ ହାଜର ହୋଇଛନ୍ତି । ସେହିପରି ପୂର୍ବରୁ ମଧ୍ୟ ଅଭୟ ପାଠକ ଓ ତାଙ୍କ ପୁଅ ଆକାଶ ପାଠକଙ୍କୁ ଇଡିରେ ଜେରା କରିଥିଲେ ।
ସୂଚନା ଅନୁସାରେ, ଚାକିରି ଦେବା ନାଁରେ ଠକେଇ ଓ ଓ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଆଇଏଫଏସ ଅଭୟ ପାଠକଙ୍କ ଘରେ ରେଡ୍ କରାଯାଇଥିଲା । ଚଢାଉରେ ଆଇଏଫଏସ ଅଭୟକାନ୍ତ ଅମାପ ସମ୍ପତ୍ତି ବିଷୟରେ ତଥ୍ୟ ଭିଜିଲାନ୍ସ ଟିମ୍ ପାଇଥିଲେ । ଭିଜିଲାନ୍ସରୁ ତଦନ୍ତ ଅନୁଯାୟୀ ଅଭୟଙ୍କ ସମ୍ପତ୍ତି ଆୟ ଠାରୁ ୪୩୫ ପ୍ରତିଶତ ଅଧିକ ରହିଛି । ତେବେ ଗିରଫ ହୋଅ ଜେଲରେ ଥିବା ଅଭୟ ପାଠକଙ୍କୁ ପରେ କୋର୍ଟ ସର୍ତ୍ତମୂଳକ ଜାମିନ ଦେଇଥିଲେ । ଏବେ ଚାକିରି ଦେବା ନାଁରେ ଠକେଇ ଏବଂ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଇଡି ଜେରା କରୁଛି ।
More Stories
ଉପରମୁଣ୍ଡରେ ବଢୁଛି ଜଳସ୍ତର, ଖୋଲିଲା ହୀରାକୁଦର ଆଉ ୪ଟି ଗେଟ୍; ମୋଟ ୧୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ
ଇଣ୍ଡିଆନ ରାଇସ୍ କଂଗ୍ରେସର ଉଦଘାଟନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ତୁର୍କୀ ଭୂମିକମ୍ପ: ୫୬୮ ମୃତ; ଉଦ୍ଧାର ଅଭିଯାନ ଜାରି, ଶୋକବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ ମୋଦୀ