ଭୁବନେଶ୍ୱର ୦୭।୧୨ : ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ନାଁରେ ଏତଲା । ସୁନା ଦୋକାନରେ ଚାକିରୀ କରାଇଦେବା ନାଁରେ ଠକେଇ ଅଭିଯୋଗ । ଭୁବନେଶ୍ୱର ସହିଦ ଥାନାରେ ଏନେଇ ମାମଲା ରୁଜୁ ହୋଇଛି । ଖବର ଅନୁଯାୟୀ, ଭୁବନେଶ୍ୱର ସତ୍ୟନଗର ଅଞ୍ଚଳରେ କଲ୍ୟାଣୀ ନାୟକ ନାମକ ଜଣେ ମହିଳା ଥାନାରେ ଏତଲା ଦାୟର କରିଛନ୍ତି । ତାଙ୍କ ଏତଲା ଅନୁସାରେ, ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ସୁନା ଦୋକାନାରେ ଚାକିରୀ କରେଇଦେବା ନାଁରେ ଠକେଇ କରିଛନ୍ତି । ୩୦ ହଜାର ଟଙ୍କା ଠକେଇ କରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ସହିଦ ନଗର ଥାନାରେ ମାମଲା ରୁଜୁ ପରେ ତଦନ୍ତ ଆରମ୍ଭ କରିଛି ପୋଲିସ ।
More Stories
୫୧ ଏକର ଗଞ୍ଜେଇ ଗଛ କାଟି ନଷ୍ଟ କଲେ ପୋଲିସ ଓ ଅବକାରୀ ବିଭାଗ*
ସରକାରୀ ଅର୍ଥ ଆତ୍ମସାତ ଅଭିଯୋଗରେ ଗିରଫ ହେଲେ ବନପାଳ ଓ ଗାଁ ସାଥୀ*
ଡେଲାଙ୍ଗ ଜଳବନ୍ଦୀ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଆଇଆଇଡବ୍ଲ୍ୟୁଏମ୍ ରେ କର୍ମଶାଳା