ଅନୁଗୁଳ ୦୧।୦୩: ଛିଡା ହୋଇଥିବା ଟ୍ରକକୁ ପଛପଟୁ ପିଟିଲା କାର୍ । ଘଟଣାସ୍ଥଳରେ ୫ଜଣଙ୍କ ମୃତ୍ୟୁ ହୋଇଛି । ଅନୁଗୁଳ ପାଲଲହଡ଼ା କଣ୍ଟିଆପଶି ବାଇପାସ ଛକ ନିକଟରେ ଘଟିଛି ଏହି ମର୍ମନ୍ତୁଦ ଦୁର୍ଘଟଣା । ଖବର ଅନୁଯାୟୀ, ସୋମବାର ବିଳମ୍ବିତ ରାତିରେ ପାଲଲହଡ଼ା କଣ୍ଟିଆପଶି ବାଇପାସ ଛକ ନିକଟରେ ଏକ ଟ୍ରକ ଛିଡ଼ା ହୋଇଥିଲା । ଠିକ୍ ଏହି ସମୟରେ ଏକ କାର୍ ଭାରସାମ୍ୟ ହରାଇ ଆସି ଟ୍ରକ ସହିତ ପିଟି ହୋଇଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଘଟଣାସ୍ଥଳରେ ହିଁ ୫ଜଣଙ୍କ ମୃତ୍ୟୁ ହୋଇଛି । ସମସ୍ତ ମୃତକ ଇଞ୍ଜିଡି ଗାଁର ବୋଲି ଜଣାପଡିଛି । ଦୁର୍ଘଟଣା ଖବର ଶୁଣି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍ଭିନ୍ ଆରମ୍ଭ କରିଛି । ଏହିସହିତ ସମସ୍ତ ମୃତଦେହକୁ ଜବତ କରି ଖମାର ମେଡିକାଲକୁ ପୋଷ୍ଟ ମର୍ଟମ ନିମନ୍ତେ ପଠାଯାଇଛି ।
ଟ୍ରକକୁ ପଛପଟୁ ପିଟିଲା କାର୍, ୫ ମୃତ

More Stories
ଉପରମୁଣ୍ଡରେ ବଢୁଛି ଜଳସ୍ତର, ଖୋଲିଲା ହୀରାକୁଦର ଆଉ ୪ଟି ଗେଟ୍; ମୋଟ ୧୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ
ଇଣ୍ଡିଆନ ରାଇସ୍ କଂଗ୍ରେସର ଉଦଘାଟନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ତୁର୍କୀ ଭୂମିକମ୍ପ: ୫୬୮ ମୃତ; ଉଦ୍ଧାର ଅଭିଯାନ ଜାରି, ଶୋକବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ ମୋଦୀ