ସମ୍ବଲପୁର ୦୪।୦୭ : ସମ୍ବଲପୁର ରେଢାଖୋଲ ଖଣ୍ଡହତାରେ ଅଭାବନୀୟ ଘଟଣା । ଇଲେକ୍ଟ୍ରି ଟାଓ୍ୱାର ଉପରକୁ ଚଢି ଆତ୍ମହତ୍ୟା ଧମକ ଦେଲେ ଯୁବକ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯୁବକଙ୍କୁ ଉଦ୍ଧାର ପାଇଁ ଉଦ୍ୟମ ଜାରି ରଖିଛି । ଖବର ଅନୁଯାୟୀ, ତାଳଚେର ଅଞ୍ଚଳର ଯୁବକଙ୍କ ଘର ହୋଇଥିବା ବେଳେ ସୋମବାର ଦିନ ହଠାତ୍ ଇଲେକ୍ଟ୍ରି ଟାଓ୍ବାର ଉପରକୁ ଚଢିଯାଇଥିଲେ | ତେବେ ଯୁବକଙ୍କ ଏପରି ଉଦ୍ୟମ ଦେଖି ସ୍ଥାନୀୟଲୋକେ ପୋଲିସ ଓ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଖବର ପାଇ ଅଗ୍ନିଶମ ବାହିନୀ ଓ ରେଢାଖୋଲ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯୁବକଙ୍କୁ ଉଦ୍ଧାର କରିଛନ୍ତି | ଯୁବକଙ୍କ ଅବସ୍ଥା ସଂକଟାପନ୍ନ ରହିଛି |
ଟାଓ୍ୱାରରେ ଚଢିଗଲେ ଯୁବକ, ଦେଲେ ଆତ୍ମହତ୍ୟା ଧମକ…

More Stories
ଉପରମୁଣ୍ଡରେ ବଢୁଛି ଜଳସ୍ତର, ଖୋଲିଲା ହୀରାକୁଦର ଆଉ ୪ଟି ଗେଟ୍; ମୋଟ ୧୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ
ଇଣ୍ଡିଆନ ରାଇସ୍ କଂଗ୍ରେସର ଉଦଘାଟନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ତୁର୍କୀ ଭୂମିକମ୍ପ: ୫୬୮ ମୃତ; ଉଦ୍ଧାର ଅଭିଯାନ ଜାରି, ଶୋକବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ ମୋଦୀ