Headlines Odisha Tv

An Odia News Portal

ଟାଇମ୍ ଟେବୁଲ୍ ଓ ପରମିଟ୍ ଠିକ୍ ନଥିବା ଅଭିଯୋଗ : ୩ଟି ‘ମୋ ବସ୍‌’କୁ ଅଟକ ରଖିଲେ ଘରୋଇ ବସ୍ ମାଲିକ

କୋଣାର୍କ ୨୨।୭: ଭୁବନେଶ୍ବରରୁ କୋଣାର୍କ ଚାଲୁଥିବା ୬ଟି ମୋ ବସ୍କୁ ଯାତାୟାତ କରିବା ପାଇଁ ଟାଇମ୍ ଟେବୁଲ ଠିକ୍ ନଥିବା ଏବଂ ପରମିଟ୍ ଠିକି ନଥିବାକୁ ନେଇ ଦୀର୍ଘଦିନ ହେବ ନିମାପଡ଼ା, କୋଣାର୍କ, କାକଟପୁର ଘରୋଇ ବସ୍ ମାଲିକ ଅଭିଯୋଗ କରିଆସୁଥିଲେ । ହେଲେ ତାଙ୍କ ଅଭିଯୋଗ ଜିଲ୍ଲା ପ୍ରଶାସନଠାରୁ ଆରମ୍ଭ କରି ରାଜ୍ୟ ସରକାର ଶୁଣୁନଥିବା ଫଳରେ ଶୁକ୍ରବାର କୋଣାର୍କ ବସଷ୍ଟାଣ୍ଡରେ ୩ଟି ମୋ ବସ୍କୁ ଅଟକ ରଖିଛନ୍ତି କୋଣାର୍କ, ନିମାପଡା, କାକଟପୁରର ଘରୋଇ ବସ୍ ମାଲିକ । ମୋ ବସ୍ ଠିକ୍ ଟାଇମରେ ଯାଉନଥିବା, ଭୁବନେଶ୍ବର, କଟକ ଯାତାୟାତ କରୁନଥିବାରୁ ଆମମାନଙ୍କର ବ୍ୟବସାୟରେ ବାଧା ଉପୁଜୁଛି l