ନୂଆଦିଲ୍ଲୀ ୨୬।୫: ଏବେ ମହଙ୍ଗା ଟମାଟର ସାଧାରଣ ଲୋକଙ୍କ ରୋଷେଇ ଘରର ବେଜେଟ୍ ବିଗାଡିଛି। ଜାତୀୟ ରାଜଧାନୀ ଦିଲ୍ଲୀରେ ପ୍ରତି କେଜି ଟମାଟୋ ଲାଗି ଲୋକଙ୍କୁ ୬୦ରୁ ୮୦ ଟଙ୍କା ପୈଠ କରିବାକୁ ପଡୁଛି। ଅନ୍ୟ ସହରାଞ୍ଚଳରେ ଯୋଗାଣ ହ୍ରାସ ଲାଗି କେଜି ପିଛା ଦର ୧୦୦ ଟଙ୍କାକୁ ପହଞ୍ଚି ଯାଇଛି। କେବଳ ଟମାଟୋ ନୁହେଁ ସବୁଜ ପନିପରିବା ଦର ମଧ୍ୟ ବଢିଛି। ଯାହା ଆଗକୁ ହ୍ରାସ ପାଇବ ତାର ମଧ୍ୟ କୌଣସି ଗ୍ୟାରେଣ୍ଟି ନାହିଁ। ଖାଦ୍ୟ ତୈଳ ମୂଲ୍ୟ ବୃଦ୍ଧି ପ୍ରଥମରୁ ରୋଷେଇଶାଳକୁ ପ୍ରଭାବିତ କରି ରଖିଥିଲା। ଏଥିରେ ଟମାଟୋ ଓ ସବୁଜ ପନିପରିବା ଦର ବୃଦ୍ଧି ଲୋକଙ୍କ ଲାଗି ବୋଝ ଉପରେ ନଳିତାବିଡା ପାଲଟିଛି। ଦିଲ୍ଲୀରେ ଲେମ୍ବୁ କେଜି ପିଛା ଦର ୨୦୦ରୁ ୨୫୦ ଟଙ୍କାକୁ ପହଞ୍ଚିଥିବା ବେଳେ ବାଇଗଣ ୬୦ରୁ ୮୦, ଫୁଲକୋବି ୧୦୦ରୁ ୧୨୦, ପିଆଜ ଓ ଆଳୁ ୪୦ ଟଙ୍କା, ଶିମଲା ଲଙ୍କା ୧୦୦, ଗାଜର ୮୦ ଓ ପାଳଙ୍ଗ କେଜି ପିଛା ୬୦ ଟଙ୍କା ଦରରେ ବିକ୍ରି ହେଉଛି। କେବଳ ପନିପରିବା କି ରୋଷେଇ ତେଲ ଓ ଗ୍ୟାସ୍ ନୁହେଁ ବଜାରରେ ମସଲା ମସଲି ଦର ମଧ୍ୟ ଅଚାନକ ବଢି ଯାଇଛି। ଏଥିରେ ଲାଲ ଲଙ୍କା କେଜି ପିଛା ୧୪୦ରୁ ୨୪୦ ଟଙ୍କା ଦରରେ ବିକ୍ରି ହେଉଥିବା ବେଳେ ଜିରା ୧୬୦ରୁ ୨୪୦, ଜୁଆଣୀ ୧୭୦ରୁ ୨୬୦, ଧଣିଆ ୭୦ରୁ ୧୦୦ ଓ ୧୮୦, ପାନମଧୁରି ୨୦୦ରୁ ୨୫୦ ଓ ଗୋଲମରିଚ କେଜି ପିଛା ୪୮୦ରୁ ୬୦୦ ଟଙ୍କା ଦରରେ ବିକ୍ରି ହେଉଛି।
ଟମାଟର ବିଗାଡିଲା ରୋଷେଇଶାଳର ବଜେଟ୍, ୧୦୦ ଟଙ୍କା ପାଖାପାଖି ହେଲା ଦର

More Stories
ଉପରମୁଣ୍ଡରେ ବଢୁଛି ଜଳସ୍ତର, ଖୋଲିଲା ହୀରାକୁଦର ଆଉ ୪ଟି ଗେଟ୍; ମୋଟ ୧୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ
ଇଣ୍ଡିଆନ ରାଇସ୍ କଂଗ୍ରେସର ଉଦଘାଟନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ତୁର୍କୀ ଭୂମିକମ୍ପ: ୫୬୮ ମୃତ; ଉଦ୍ଧାର ଅଭିଯାନ ଜାରି, ଶୋକବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ ମୋଦୀ