Headlines Odisha Tv

An Odia News Portal

ଝିଅ ପାଇଁ ବରପାତ୍ର ଦେଖିବାକୁ ଯିବାବେଳେ ଅଘଟଣ, ବାଇକ୍‌ରୁ ଖସିପଡି ବାପାଙ୍କ ମୃତ୍ୟୁ

ଚାନ୍ଦବାଲି ୨।୭: ଝିଅ ପାଇଁ ବରପାତ୍ର ଦେଖିବାକୁ ଯାଉଥିବା ବେଳେ ବାଇକରୁ ଖସିପଡି ବାପାଙ୍କ ମୃତ୍ୟୁ । ଏମିତି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଚାନ୍ଦବାଲି ଘଣ୍ଟେଶ୍ବର ଫାଣ୍ଡି ଅନ୍ତର୍ଗତ ବଜରାପୁର ପଞ୍ଚାୟତ ବାଲିଆପାଳ ଗ୍ରାମରେ । ସୂଚନାଯୋଗ୍ୟ ଯେ, ଭଦ୍ରକ ଜିଲ୍ଲା ଚାନ୍ଦବାଲି ଘଣ୍ଟେଶ୍ବର ଫାଣ୍ଡି ଅନ୍ତର୍ଗତ ବଜରାପୁର ପଞ୍ଚାୟତ ବାଲିଆପାଳ ଗ୍ରାମର ରାମଚନ୍ଦ୍ର ସାହୁ ତାଙ୍କ ଝିଅ ପାଇଁ ବରପାତ୍ର ଦେଖିବା ଜଣଙ୍କ ବାଇକ୍ ପଛରେ ବସି ଯାଉଥିଲେ । ଏହି ସମୟରେ ନୂଆସାହି ଛକ ନିକଟରେ ହଠାତ ଚଳନ୍ତା ବାଇକରୁ ଖସି ପଡ଼ିଥିଲେ । ଫଳରେ ତାଙ୍କ ମୁଣ୍ଡରେ ଆଘାତ ଲାଗି ରକ୍ତସ୍ରାବ ହୋଇଥିଲା । ଘଟଣାସ୍ଥଳରେ ରାମଚନ୍ଦ୍ରଙ୍କର ମୃତ୍ୟୁ ହୋଇଥିଲା । ଏହାପରେ ରାମଚନ୍ଦ୍ରଙ୍କ ଘରଲୋକେ ଆମ୍ବୁଲାନ୍ସ ଏବଂ ପୋଲିସକୁ ଖବର ଦେଇଥିଲେ । ପୋଲିସ ପହଞ୍ଚିବା ବେଳକୁ ରାମଚନ୍ଦ୍ରଙ୍କ ମୃତ୍ୟୁ ହୋଇସାରିଥିଲା । ରାମଚନ୍ଦ୍ରଙ୍କ ବଡ ଭାଇ ଏନେଇ ଘଣ୍ଟେଶ୍ବର ଫାଣ୍ଡିରେ ଲିଖିତ ଅଭିଯୋଗ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ଭଦ୍ରକ ବଡ ମେଡ଼ିକାଲକୁ ପଠାଇଥିବା ଦେଖିବାକୁ ମିଳିଛି । ଦୁର୍ଘଟଣା ଘଟାଇଥିବା ବାଇକକୁ ଘଣ୍ଟେଶ୍ବର ପୋଲିସ ଜବତ  କରିଥିବା ନେଇ ସୂଚନା ମିଳିଛି ।