ଭୁବନେଶ୍ୱର ୧୧/୦୮: ଜୀ ସାର୍ଥକ ଫିଲ୍ମସରେ ରାକ୍ଷୀ ପୂର୍ଣ୍ଣିମା ଅବସରେ ନୂଆ ସିନେମା ‘ ଏଇ ରାକ୍ଷୀ ତୋ ରକ୍ଷା କବଚ’ ର ଅଡିଓ ରିଲିଜ ହୋଇଯାଇଛି । ଏହି ଚଳଚ୍ଚିତ୍ରରେ ଭାଇ-ଭଉଣୀ ସମ୍ପର୍କକୁ ଏକ ସୁନ୍ଦର ରୂପରେ ଅବତାରଣା କରାଯାଇଥିବା ବେଳେ ସମ୍ପୂର୍ଣ୍ଣ ପାରିବାରିକ କାହାଣୀକୁ ନେଇ ଚଳଚିତ୍ର ଗତିଶୀଳ ହୋଇଛି । କ୍ଷୀରୋଦ ପଟ୍ଟନାୟକ ଏଥିରେ ପ୍ରଯୋଜନା କରିଥିବା ବେଳେ ସହ ପ୍ରଯୋଜନା କରିଛନ୍ତି ଲିପ୍ସା ମିଶ୍ର । ଗିମିକ ମାଷ୍ଟର ସଂଜୟ ନାୟକ ଚଳଚ୍ଚିତ୍ରରେ ନିର୍ଦ୍ଦେଶନା ଦେଇଛନ୍ତି । ପୂର୍ବରୁ ରାକ୍ଷୀକୁ ନେଇ ସଂଜୟ ନିର୍ମାଣ କରିଛନ୍ତି ‘ରାକ୍ଷୀ ବାନ୍ଧିଲି ମୋ ରଖିବ ମାନ’ । ଯେଉଁଥିରେ ସ୍ୱର୍ଗତ ମିହିର ଦାସଙ୍କ ସହ ସିଦ୍ଧାନ୍ତ ମହାପାତ୍ର ଓ ଅନୁ ଚୌଧୁରୀଙ୍କୁ ଦେଖିବାକୁ ମିଳିଥିଲା । ତେଣୁ ଏହି ଚଳଚ୍ଚିତ୍ରରେ ଗିମିକ ମାଷ୍ଟର ସଂଜୟ କଣ ନୂଆ କରିବାକୁ ଯାଉଛନ୍ତି ତାକୁ ସମସ୍ତେ ଅପେକ୍ଷା କରିଛନ୍ତି ।
ଜୀ ସାର୍ଥକର ନୂଆ ସିନେମା, ଖୁବ ଶୀଘ୍ର ପରଦାକୁ ଆସିବ ‘ଏଇ ରାକ୍ଷୀ ତୋ ରକ୍ଷା କବଚ’

More Stories
ଉପରମୁଣ୍ଡରେ ବଢୁଛି ଜଳସ୍ତର, ଖୋଲିଲା ହୀରାକୁଦର ଆଉ ୪ଟି ଗେଟ୍; ମୋଟ ୧୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ
ଇଣ୍ଡିଆନ ରାଇସ୍ କଂଗ୍ରେସର ଉଦଘାଟନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ତୁର୍କୀ ଭୂମିକମ୍ପ: ୫୬୮ ମୃତ; ଉଦ୍ଧାର ଅଭିଯାନ ଜାରି, ଶୋକବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ ମୋଦୀ