ସମ୍ୱଲପୁର ୧୩/୦୭: ହକ୍ ପାଇଁ ବାହାରିଲେ ଛାତ୍ରଛାତ୍ରୀ । ଚାଲିଚାଲି ଆସିଲେ ଜିଲ୍ଲାପାଳ ଅଫିସ । ତେବେ କାରଣ କଣ ଜାଣିଛନ୍ତି କି ? କାରଣଟି ହେଉଛି, ଶିକ୍ଷକ ନାହାଁନ୍ତି ବୋଲି ଜିଲ୍ଲାପାଳ ଅଫିସକୁ ଆସିଲେ ଶହ ଶହ ସଂଖ୍ୟାରେ ଛାତ୍ରଛାତ୍ରୀ । କେବଳ ଛାତ୍ରଛାତ୍ରୀ ନୁହଁନ୍ତି ତାଙ୍କ ସହ ଅଭିଭାବକ ବି ଆସି ବସିଛନ୍ତି । ଦାବି ଆମକୁ ନ୍ୟାୟ ଦରକାର ।ସୂଚନା ଥାଉକି, ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ କେଉଁଟବେର୍ଣ୍ଣୀ ସ୍କୁଲରେ ଜଣେ ହେଲେ ଶିକ୍ଷକ ନାହାଁନ୍ତି । ଶେଷରେ ବାଧ୍ୟ ହୋଇ ଆସିଲେ ଜିଲ୍ଲାପାଳ ଅଫିସ୍ । ଛାତ୍ରଛାତ୍ରୀ ସମେତ ଅଭିଭାବକ ସମ୍ବଲପୁର ଜିଲ୍ଲାପାଳ ଅଫିସ ଆସି କାର୍ଯ୍ୟାଳୟ ସମ୍ମୁଖରେ ବସି ରହିଛନ୍ତି । ସେହି ସ୍କୁଲରେ ପୂର୍ବରୁ ଜଣେ ଶିକ୍ଷକ ଥିବାବେଳେ ଗତ ୩୦ ତାରିଖରେ ଅବସର ନେଇଛନ୍ତି । ୧୩ ଦିନ ହେଲା କେବଳ ଭାତ ଡାଲି ଖାଇ ଫେରୁଥିବା ଅଭିଯୋଗ କରିଛନ୍ତି ଛାତ୍ରଛାତ୍ରୀ ।
ଜିଲ୍ଲାପାଳଙ୍କ ଅଫିସରେ ଛାତ୍ରଛାତ୍ରୀ…

More Stories
ଉପରମୁଣ୍ଡରେ ବଢୁଛି ଜଳସ୍ତର, ଖୋଲିଲା ହୀରାକୁଦର ଆଉ ୪ଟି ଗେଟ୍; ମୋଟ ୧୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ
ଇଣ୍ଡିଆନ ରାଇସ୍ କଂଗ୍ରେସର ଉଦଘାଟନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ତୁର୍କୀ ଭୂମିକମ୍ପ: ୫୬୮ ମୃତ; ଉଦ୍ଧାର ଅଭିଯାନ ଜାରି, ଶୋକବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ ମୋଦୀ