ନୂଆଦିଲ୍ଲୀ, ଡିସେମ୍ବର୨୪ : ଦକ୍ଷିଣାଞ୍ଚଳ ବାଂଲାଦେଶରେ ଗୋଟିଏ ଛୋଟ ଜାହାଜରେ ନିଆଁ ଲାଗିଯାଇଛି । ଫଲରେ ୩୬ ଜଣଙ୍କର ମୃତ୍ୟୁ ହୋଇଥିବା ପୋଲିସ ସୂଚନା ଦେଇଛି । ଏହାସହିତ ଶତାଧିକ ଲୋକ ଆହତ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ, ନଈ ମଝିରେ ଅଭିଯାନ ନାମରେ ୩ ତାଲିଆ ଛୋଟ ଜାହାଜରେ ନିଆଁ ଲାଗିଥିଲା । ତେବେ ୩୬ ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଛି । ତେବେ ମୃତ୍ୟୁ ସଂଖ୍ୟା ଆହୁରୀ ବୃଦ୍ଧି ପାଇପାରେ ବୋଲି ଆଶଙ୍କା କରାଯାଉଛି । ଅଧିକାଂଶ ଯାତ୍ରୀ ପୋଡି ହୋଇ ମୃତ୍ୟୁ ହୋଇଥିବା ବେଳେ କିଛି ଲୋକ ନଦୀକୁ ଡେଇଁ ପଡିଥିବା ମୃତ୍ୟୁ ହୋଇଛି । ଜାହାଜର ଇଞ୍ଜିନ୍ ରୁମ୍ରେ ନିଆଁ ଲାଗିବା ପରେ ତାହା ପୂରା ଜାହାଜରେ ନିଆଁ ଲାଗିଯାଇଥିଲା । ତେବେ ଜାହାଜଟି ଯାତ୍ରୀଙ୍କୁ ଧରି ଢାକରୁ ଫେରୁଥିବା ଜଣାପଡିଛି ।
ଜାହାଜରେ ଲାଗିଲା ନିଆଁ: ୩୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଶତାଧିକ ଆହତ

More Stories
ଉପରମୁଣ୍ଡରେ ବଢୁଛି ଜଳସ୍ତର, ଖୋଲିଲା ହୀରାକୁଦର ଆଉ ୪ଟି ଗେଟ୍; ମୋଟ ୧୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ
ଇଣ୍ଡିଆନ ରାଇସ୍ କଂଗ୍ରେସର ଉଦଘାଟନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ତୁର୍କୀ ଭୂମିକମ୍ପ: ୫୬୮ ମୃତ; ଉଦ୍ଧାର ଅଭିଯାନ ଜାରି, ଶୋକବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ ମୋଦୀ