ନୂଆଦିଲ୍ଳୀ ୨୬।୦୩ : କଥାରେ ଅଛି ଭଗବାନ ଯେତେବେଳେ ଦିଅନ୍ତି ଛପର ଫାଡିକି ଦିଅନ୍ତି । ଏଭଳି ଏକ ଘଟଣା ଆନ୍ଧ୍ରପ୍ରଦେଶରେ ମଧ୍ୟ ଘଟିଛି । ଜଣେ ମତ୍ସ୍ୟଜୀବୀ ସମୁଦ୍ରରେ ମାଛ ଧରିବାକୁ ଯାଇଥିଲେ । ମାଛ ଧରିବା ବେଳେ ତାଙ୍କ ଜାଲରେ ବାକି ମାଛ ସହିତ ଏକ ସୁନାର ମାଛ ମଧ୍ୟ ପଡିଥିଲା। ଏହି ବିରଳ ପ୍ରଜାତି ମାଛକୁ ଦେଖି ସେ ଆଶ୍ଚର୍ଯ୍ୟ ହୋଇଯାଇତିଲେ । ସେହି ବିରଳ ମାଛକୁ କଚିଡି ବୋଲି କୁହାଯାଉଛି । ଏହାର ଓଜନ ପ୍ରାୟତଃ ୨୮ କିଲୋଗ୍ରାମ ।ଏହାକୁ ନେଇ ମତ୍ସ୍ୟ ବିଭାଗର ଅଧିକାରୀମାନେ କହିଛନ୍ତି ଯେ କଚିଡି ମାଛଟି ବିରଳ ଅଟେ ଏବଂ ବହୁମୂଲ୍ୟ ମୂଲ୍ୟରେ ବିକ୍ରି ହେତୁ ଏହାକୁ ଗୋଲଡେନ୍ ଫିସ୍ କୁହାଯାଏ । ଏହାର ଶରୀରର ଅନେକ ଅଂଶ ଔଷଧ ତିଆରି ପାଇଁ ବ୍ୟବହୃତ ହୁଏ । ବିଶେଷଜ୍ଞମାନେ କହିଛନ୍ତି ଯେ ଅସ୍ତ୍ରୋପଚାର ସମୟରେ ବ୍ୟବହୃତ ସୂତା ତିଆରି କରିବା ପାଇଁ ଡାକ୍ତରଙ୍କ ଦ୍ବାରା କଞ୍ଚା ମାଛର ପିତ୍ତ ଏବଂ ଫୁସଫୁସ ମଧ୍ୟ ବ୍ୟବହୃତ ହୁଏ। ଏହାର ଅନେକ ଅଂଶ ଦାମୀ ମଦ ତିଆରିରେ ମଧ୍ୟ ବ୍ୟବହୃତ ହୁଏ । ମତ୍ସ୍ୟଜୀବୀ ଜଣକ ଉପକୂଳବର୍ତ୍ତୀ ମିନି ଫିସିଙ୍ଗ ହାର୍ବରରେ ମାଛ ଧରିବାକୁ ଯାଇଥିଲେ। ଏହି ସମୟରେ ଜାଲରେ କଚିଡି ମାଛ ଧରାପଡିଥିଲା । ପରେ, ସେ ଏହାକୁ ନରସାପୁରମର ବଜାରକୁ ନେଇ ଏକ ବ୍ୟବସାୟୀଙ୍କୁ ଏହି ମାଛ ବିକ୍ରି କରିଥିଲେ । ଏହାର ପ୍ରତିବଦଳରେ ତାଙ୍କୁ ୨.୯୦ ଲକ୍ଷ ଟଙ୍କା ମିଳିଛି। ମତ୍ସ୍ୟଜୀବୀଙ୍କ ଖୁସି କହିଲେ ,ଏହି ମାଛକୁ ଧରିବା ସହଜ ନୁହେଁ ବୋଲି କହିଥିଲେ। ବହୁ କଷ୍ଟରେ ଧରିଥିଲେ । ଗତ ବର୍ଷ ମହାରାଷ୍ଟ୍ରର ମତ୍ସ୍ୟଜୀବୀଙ୍କ ଜାଲରେ ୧୫୭ ଘୋଲ ମାଛ ଏକା ସହିତ ଜାଲରେ ପଡିଥିଲେ । ଏହାକୁ ସି ଗୋଲ୍ଡ କୁହାଯାଉଥିବା ନାମକ ଏହି ଘୋଲ୍ ମାଛ, ମତ୍ସ୍ୟଜୀବୀଙ୍କୁ ରାତାରାତି କୋଟିପତି କରାଇଲା । ପ୍ରତ୍ୟେକ ମାଛ ପାଇଁ ସେ ୮୫ ହଜାର ଟଙ୍କା ପାଇଥିଲେ । ସମସ୍ତ ୧୫୭ଟି ମାଛକୁ ୧.୩୩ କୋଟିରେ ବିକ୍ରି କରାଯାଇଥିଲା ।
More Stories
୫୧ ଏକର ଗଞ୍ଜେଇ ଗଛ କାଟି ନଷ୍ଟ କଲେ ପୋଲିସ ଓ ଅବକାରୀ ବିଭାଗ*
ସରକାରୀ ଅର୍ଥ ଆତ୍ମସାତ ଅଭିଯୋଗରେ ଗିରଫ ହେଲେ ବନପାଳ ଓ ଗାଁ ସାଥୀ*
ଡେଲାଙ୍ଗ ଜଳବନ୍ଦୀ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଆଇଆଇଡବ୍ଲ୍ୟୁଏମ୍ ରେ କର୍ମଶାଳା