ଭୁବନେଶ୍ୱର, ଜାନୁଆରୀ ୨୩ : ନିମ୍ନ ଚାପ-ରେଖା ଉତ୍ତର-ପୂର୍ବ ମଧ୍ୟପ୍ରଦେଶ ରୁ ଉତ୍ତର ଗଙ୍ଗୀୟ ପଶ୍ଚିମ-ବଙ୍ଗ ଉପତ୍ୟାକା ଯାଏଁ ବାୟୁମଣ୍ଡଳରେ ସମୁଦ୍ର ପତ୍ତନ ଠାରୁ ୦.୯ କିମି ଉଚ୍ଚରେ ସକ୍ରିୟ ରହିଛି। ସେହିପରି ପଶ୍ଚିମା ଝଡ଼ ପ୍ରଭାବରେ ରାଜ୍ୟରେ ପାଗ ମେଘୁଆ ରହିବ। ଫଳରେ ରାଜ୍ୟରେ ଶୀତ କମିବା ସହିତ ରାତି ସମୟରେ ତାପମାତ୍ରା ୨ରୁ ୩ ଡିଗ୍ରି ବଢିଛି। ଚଳୀତ ମାସ ଶେଷ ଯାଏଁ ପାଗରେ କୌଣସି ପରିବର୍ତ୍ତନ ପରିଲକ୍ଷିତ ହେଉନାହିଁ। ଏହାରି ପ୍ରଭାବରେ ଆଜି ବର୍ଷାର ବିସ୍ତାର ବଢିବା ସହିତ ରାଜ୍ୟର ସମସ୍ତ ଜିଲ୍ଲାକୁ କବଳିତ କରିବ। ଏହି ସମୟରେ କେଉଁଝର, ବାଲେଶ୍ୱର, ମୟୁରଭଞ୍ଜ, ଯାଜପୁର, ଭଦ୍ରକ, କେନ୍ଦ୍ରାପଡା ଜିଲ୍ଲାରେ ବିଜୁଳି ଘଡଘଡି ସହିତ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଅନୁଭୁତ ହୋଇପାରେ ବୋଲି ପାଣିପାଗ କେନ୍ଦ୍ର ଭୁବନେଶ୍ୱର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ବାଲି ଜିଲ୍ଲାରେ ଏହିସମୟରେ ପାଗ ମୁଖ୍ୟତଃ ଶୁଖିଲା ରହିବ। ରାଜ୍ୟରେ ଉପକୁଳ ଏବଂ ଅଭ୍ୟନ୍ତରିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ଘନ କୁହୁଡି ପରିଲକ୍ଷିତ ହୋଇଛି। ଆସନ୍ତାକାଲି ବେଳକୁ ରାଜ୍ୟର କିଛି କିଛି ସ୍ଥାନରେ ବର୍ଷା ଅନୁଭୁତ ହେବାର ସମ୍ଭାବନା ରହିଛି। ପାଣିପାଗ ବିଜ୍ଞାନ କେନ୍ଦ୍ର ଭୁବନେଶ୍ୱର ପକ୍ଷରୁ ମିଳିଥିବା ସୂଚନା ମୁତାବକ ଗତ ୨୪ ଘଣ୍ଟାରେ ରାଜ୍ୟରେ ପାଗ ଶୁଖିଲା ରହିଥିଲା। ଆଗାମୀ ୨୪ ଘଣ୍ଟାରେ ଉପକୂଳ ଓଡ଼ିଶା ସମେତ ନୂଆପଡା, ବରଗଡ, ଝାରସୁଗୁଡା, ସୁନ୍ଦରଗଡ, କେଉଁଝର, ମୟୁରଭଞ୍ଜ, ବାଲେଶ୍ୱର ଜିଲ୍ଲାରେ ବିଜୁଳି ଘଡଘଡି ସହିତ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଅନୁଭୁତ ହୋଇପାରେ।
More Stories
କୋରାପୁଟ ୨୦୨୪ ପୋରବ ଉଦ୍ଘାଟିତ, ପ୍ରତି ବ୍ଲକରେ ଆଣିଲେ ମସାଲ୍
ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ ଭାନୁମତୀ ଟୁଡୁ