ପୁରୀ : ଜାତୀୟ ଲୋକକଳା ମହୋତ୍ସବ ଓ କୃଷି ମେଳାର ବୁଧବାର ଦିନ ତୃତୀୟ ସନ୍ଧ୍ୟାରେ ଓଡ଼ିଶାର ଯୋଡ଼ିଶଙ୍ଖ ସହ ଆସାମର ବିହୁ ନୃତ୍ୟ ଦର୍ଶକକୁ ବାନ୍ଧି ରଖିବାରେ ସମର୍ଥ ହୋଇଛି। ଏହା ସହ ପଶ୍ଚିମବଙ୍ଗର ରାଏ ବେଁ ସେଁ, ମଧ୍ୟପ୍ରଦେଶର ସୈଲା, ଛତିଶଗଡ଼ର ପନ୍ଥୀ, ଝାରଖଣ୍ଡର ମାନଭଞ୍ଜ, ମହାରାଷ୍ଟ୍ରର କୋଲି, ଓଡ଼ିଶାର ଚୁଟ୍କୁଚୁଟା, ହରିଆଣାର ଛୋଟିସି ବନ୍ଦଡୀ, ମେଘାଳୟର ଲାହୁଃ ନୃତ୍ୟ, ରାଜସ୍ଥାନର ଚକ୍ରି, ଆସାମର ବାଗୁରୁମ୍ବା, ଓଡ଼ିଶାର ରଙ୍ଗବତୀ ଡୁଏଟ୍, ମିଜୋରାମର ଚେରୋ, ଛତିଶଗଡ଼ର ଦ୍ରୌପଦୀ ହରଣ, ଆନ୍ଧ୍ରପ୍ରଦେଶର ତାପ୍ପିଟେ ଗୁଲୁ ନୃତ୍ୟ ବି ଦର୍ଶକୁ ନୃତ୍ୟ, ଗୀତର ତାଳେ ତାଳେ ଝୁମାଇଛି। ଭଳି କି ଭଳି ଆଖି ଝଲସାଇଲା ଭଳି ନୃତ୍ୟଗୀତର କାର୍ଯ୍ୟକ୍ରମ ବୁଧବାରର ସନ୍ଧ୍ୟାକୁ ବେଶ ମତୁଆଲା କରିଛି।
ଜାତୀୟ ଲୋକକଳା ମହୋତ୍ସବ: ମନମୋହିଲା ଯୋଡ଼ିଶଙ୍ଖ, ବିହୁ

More Stories
ଉପରମୁଣ୍ଡରେ ବଢୁଛି ଜଳସ୍ତର, ଖୋଲିଲା ହୀରାକୁଦର ଆଉ ୪ଟି ଗେଟ୍; ମୋଟ ୧୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ
ଇଣ୍ଡିଆନ ରାଇସ୍ କଂଗ୍ରେସର ଉଦଘାଟନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ଆଜିଠାରୁ ଦୁଗ୍ଧ ଦର ଲିଟର୍ପିଛା ୩ ଟଙ୍କା ବୃଦ୍ଧି କଲା ‘ଅମୂଲ’