Headlines Odisha Tv

An Odia News Portal

ଜଣାଶୁଣା ଫିଲ୍ମ ନିର୍ମାତା ପରାଗ ସାଙ୍ଘଭୀ ଗିରଫ

ମୁମ୍ବାଇ, ଡିସେମ୍ବର ୨୨ : ଜଣାଶୁଣା ଫିଲ୍ମ ନିର୍ମାତା ପରାଗ ସାଙ୍ଘଭୀଙ୍କ ପାଇଁ ଅଡୁଆ ବଢ଼ିବାରେ ଲାଗିଛି। କିଛି ଦିନ ପୂର୍ବରୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଠକେଇ ଅଭିଯୋଗରେ ଫିଲ୍ମ ନିର୍ମାତାଙ୍କ ଠିକଣାରେ ଚଢ଼ଉ କରିଥିଲା। ଏବେ ମୁମ୍ବାଇ ପୋଲିସ ପରାଗ ସାଙ୍ଘଭୀଙ୍କୁ ଗିରଫ କରିଛି। ତାଙ୍କୁ ଡିସେମ୍ବର ୨୫ ଯାଏଁ ପୋଲିସ ହେପାଜତରେ ରଖାଯାଇ ପଚରାଉଚରା କରାଯିବ। ଆର୍ଥିକ ଅପରାଧ ଶାଖାରେ ପରାଗଙ୍କ ବିରୋଧରେ ୫ଟି ମାମଲା ରୁଜୁ ହୋଇଛି। ଏଥିରୁ ପୁଣେର ଏକ ମାମଲାରେ ପରାଗଙ୍କୁ ଗିରଫ କରାଯାଇଛି। ପରାଗ ସାଙ୍ଘଭୀ ଅଲମ୍ବରା ଗୃପର ସିଇଓ ଅଛନ୍ତି। ଅଲମ୍ବରା କମଳା ଗୃପ ଅଫ କଂପାନୀଜ୍‌ର କଂପାନୀ ଏକ ଶାଖା। ଅଭିଯୋଗ ହୋଇଛି ଯେ, କମଳା ଗୃପ କଂପାନୀ ଲୋକଙ୍କ ଠାରୁ ଟଙ୍କା ନେଇଛି ଏହି ଟଙ୍କାକୁ ଅମଲୁବ୍ରା, ପ୍ଲେବଏ ଓ ଅନ୍ୟ କଂପାନୀକୁ ଦେଇଛି। କମଲା ଗୃହ ଅଫ କଂପାନୀଜ୍‌ରୁ ବାକି ୩ଟି କଂପାନୀରେ ମୋଟ ୪୨ କ‌ୋଟି ଟଙ୍କା ଡାଇଭର୍ଟ କରାଯାଇଛି। କମଲା ଗୃପ ଅଫ କଂପାନୀଜ୍‌ର ନିର୍ଦ୍ଦେଶକ ଜିତେନ୍ଦ୍ର ଜୈନ ହେଉଛନ୍ତି ପରାଗ ସାଙ୍ଘଭୀଙ୍କ ସହିତ ପ୍ଲେବଏ ଓ ଅଲଗୁରା କଂପାନୀର ନିର୍ଦ୍ଦେଶକ।