ମୁମ୍ୱାଇ ୭/୧୦ : ମନୋରଞ୍ଜନ ଜଗତ ପାଇଁ ଦୁଃଖଦ ଖବର । ବଲିଉଡର ଜଣାଶୁଣା ଅଭିନେତା ଅରୁଣ ବାଲିଙ୍କଙ୍କ ପରଲୋକ । ୭୯ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି । ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ । ଅରୁଣ ବାଲୀ ଅନେକ ଚଳଚ୍ଚିତ୍ର ଏବଂ ଟିଭି ସିରିଏଲରେ ଅଭିନୟ କରି ସମସ୍ତଙ୍କ ହୃଦୟ ଜିତିଥିଲେ । ଖବର ଅନୁଯାୟୀ, ଅରୁଣ ବାଲି ସକାଳ ୪ଟା ୩୦ ରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ସେ ଅନେକ ଭେଟେରାନ୍ କଳାକାରଙ୍କ ସହ ମଧ୍ୟ କାମ କରିଥିଲେ । ଅରୁଣ ବାଲି ଦୀର୍ଘ ସମୟ ଧରି ଅସୁସ୍ଥ ଥିଲେ । ତାଙ୍କୁ କିଛି ମାସ ପୂର୍ବରୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଅରୁଣ ବାଲି ମିଆଷ୍ଟେନିଆ ଗ୍ରାଭିସ୍ ନାମକ ଏକ ବିରଳ ରୋଗ ସହ ଲଢୁଥିଲେ । ଏହା ଏକ ଅଟୋମ୍ୟୁମ୍ୟୁନ ରୋଗ । ତେବେ ତାଙ୍କ ବିୟୋଗରେ ବଲିଉଡରେ ଶୋକର ଛାୟା ଖେଳିଯାଇଛି ।
ଜଣାଶୁଣା ଅଭିନେତା ଅରୁଣ ବାଲୀଙ୍କ ନିଧନ

More Stories
ଉପରମୁଣ୍ଡରେ ବଢୁଛି ଜଳସ୍ତର, ଖୋଲିଲା ହୀରାକୁଦର ଆଉ ୪ଟି ଗେଟ୍; ମୋଟ ୧୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ
ଇଣ୍ଡିଆନ ରାଇସ୍ କଂଗ୍ରେସର ଉଦଘାଟନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ତୁର୍କୀ ଭୂମିକମ୍ପ: ୫୬୮ ମୃତ; ଉଦ୍ଧାର ଅଭିଯାନ ଜାରି, ଶୋକବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ ମୋଦୀ