ନ୍ୟୁୟର୍କ, ସେପ୍ଟେମ୍ବର ୧୦ : କରୋନାର ତୃତୀୟ ଲହରକୁ ନେଇ ସାରା ବିଶ୍ୱ ଏବେସ ଆତଙ୍କିତ । ସାଧାରଣତଃ ତୃତୀୟ ଲହରର ପ୍ରଭାବ ଶିଶୁମାନଙ୍କ ଉପରେ ରହିବ ବୋଲି ବିଶେଷଜ୍ଞମାନେ ଅନୁମାନ କରୁଛନ୍ତି । ମାତ୍ର ଆମେରିକାର ଏହାର ପ୍ରଭାବ ଏବେ ଦେଖିବାକୁ ମିଳିସାରିଛିି । ଆମେରିକାର ବିଭିନ୍ନ ହସ୍ପିଟାଲରେ ଏବେ ୨ହଜାର ୩ ଶହ ୯୬ ଶିଶୁ ସଂକ୍ରମିତ ହୋଇ ଚିକିତ୍ସିତ ହେଉଛନ୍ତି ।
କରୋନାରେ ଏତେ ସଂଖ୍ୟକ ଶିଶୁ ସଂକ୍ରମିତ ହେବା ଏହା ପ୍ରଥମ ଘଟଣା ଅଟେ । ତେବେ ଆମେରିକାରେ ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ୨୬ ପ୍ରତିଶତ କେବଳ ଶିଶୁ ଅଟନ୍ତି । ଗତ ସପ୍ତାହେ ହେଲା ୨ ଲକ୍ଷ ୫୦ ହଜାରରୁ ଅଧିକ ଶିଶୁ ସଂକ୍ରମିତ ହେଲେଣି । ସେଥିମଧ୍.ରୁ ୫୨୦ ଜଣ ପ୍ରାଣ ହରାଇଲେଣି । ଯାହା ôଭୟଙ୍କର ପରିସ୍ଥିତି ସୃଷ୍ଟି କରିଛି । ଅଗଷ୍ଟ ମାସ ପରଠାରୁ ଆମେରିକାର ବିଭିନ୍ନ ହସ୍ପିଟାଲରେ ୫୫ ହଜାର ଶିଶୁ ଭର୍ତ୍ତି ହୋଇଥିଲେ । ତେବେ ସ୍କୁଲ ଖୋଲିବା ସହ ଡେଲଟା ଭାରିଏଣ୍ଟ କାରଣରୁ ଏତେ ସଂଖ୍ୟକ ଶିଶୁ ସଂକ୍ରମିତ ହେଉଛନ୍ତି ବୋଲି ବିଶେଷଜ୍ଞମାନେ କହୁଛନ୍ତି ।
ମେଡିକାଲ ସେଣ୍ଟରର ଗବେଷକ କହିଛନ୍ତି ଯେ, ମାମଲା ଅତି ଚିନ୍ତାଜନକ ହୋଇପଡିଛି । ସ୍କୁଲ ବନ୍ଦ କଲା ପରେ ଯାଇ ସଂକ୍ରମଣ କିଛି ମାତ୍ରାରେ କମିପାରେ । ତେବେ ସଂକ୍ରମିତ ଶିଶୁଙ୍କ ମଧ୍ୟରୁ ୪୬.୪ ପ୍ରତିଶତଙ୍କ ଠାରେ କୌଣସି ଲକ୍ଷଣ ଦେଖାଯାଉନାହିଁ । ସେମାନଙ୍କଠାରେ ପୂର୍ବରୁ କୌଣସି ରୋଗ ମଧ୍ୟ ନାହିଁ । କିନ୍ତୁ ସଂକ୍ରମିତ ଶିଶୁ ଏମଆଇ ସିଣ୍ଡ୍ରୋମ-ସିରେ ଆକ୍ରାନ୍ତ ହେଉଛନ୍ତି । ଯାହା ମସ୍ତିଷ୍କ ଉପରେ ପ୍ରଭାବ ପକାଏ ।
More Stories
୫୧ ଏକର ଗଞ୍ଜେଇ ଗଛ କାଟି ନଷ୍ଟ କଲେ ପୋଲିସ ଓ ଅବକାରୀ ବିଭାଗ*
ସରକାରୀ ଅର୍ଥ ଆତ୍ମସାତ ଅଭିଯୋଗରେ ଗିରଫ ହେଲେ ବନପାଳ ଓ ଗାଁ ସାଥୀ*
ଡେଲାଙ୍ଗ ଜଳବନ୍ଦୀ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଆଇଆଇଡବ୍ଲ୍ୟୁଏମ୍ ରେ କର୍ମଶାଳା