ପାଟଣା, ଡିସେମ୍ବର ୨୨ : ସମଗ୍ର ଉତ୍ତର ଭାରତ ସମେତ ବିହାରର ରାଜଧାନୀ ପାଟଣାରେ ପ୍ରବଳ ଶୀତଲହର ଅନୁଭୂତ ହୋଇଛି। ଏହାର ମଜା ନେବା ପାଇଁ ମଙ୍ଗଳବାର ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ପରିବାର ଚାଟ୍ ଖାଇବାକୁ ମନ ବଳାଇଛନ୍ତି। ଚାଟ୍ ଖାଇବାକୁ ମନ ହେବାରୁ ଚାଟ୍ ଠେଲା ଗାଡ଼ି ଘରକୁ ଡାକିଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ ରାବଡୀ ଦେବୀଙ୍କ ସମେତ ପୁଅ ତେଜସ୍ବୀ ଓ ବୋହୂ ରାଜଶ୍ରୀ ଚାଟ୍ ଖାଇଛନ୍ତି। ତେଜସ୍ବୀଙ୍କ ବିବାହ ପରେ ମଙ୍ଗଳବାର ପ୍ରଥମ ଥର ପାଇଁ ରାବଡୀ ଦେବୀଙ୍କ ନିବାସରେ ସନ୍ଧ୍ୟା ସମୟରେ ଏକ ଚାଟ୍ ଠେଲା ଭିତରକୁ ଯାଉଥିବାର ଦେଖାଯାଇଥିଲା। ଏଥିରୁ ଜଣାପଡ଼ିଥିଲା ଯେ, ଲାଲୁଙ୍କ ପରିବାର ଚାଟ୍ ଖାଇବାକୁ ମନ କରିଛନ୍ତି। ସେମାନେ ପାଟଣାର ଜଣାଶୁଣା ମୁକେଶ ଚାଟ୍ ଭଣ୍ଡାରକୁ ଡାକିଥିଲେ। ଗଣମାଧ୍ୟମର ରିପୋର୍ଟ ଅନୁସାରେ ରାବଡୀ ଦେବୀଙ୍କ ନିବାସ ନିକଟରେ ମୁକେଶ କୁମାର ଚାଟ୍ ଠେଲା ଲଗାଇଥାନ୍ତି। ସେ ବାହାରକୁ ଆସିବା ପରେ କହିଛନ୍ତି ଯେ, ରାବଡୀ ଦେବୀ ସମେତ ତେଜସ୍ବୀ, ରାଶେଲ ଓରଫ ରାଜଶ୍ରୀ ଏବଂ ପରିବାରର ଅନ୍ୟ ମହିଳାମାନେ ଚାଟ ଖାଇଛନ୍ତି। ମୋଟ ୧୫ ପ୍ଲେଟ ଚାଟ୍ ରାବଡୀଙ୍କ ପରିବାରକୁ ଦେଇଥିଲେ।
ଚାଟ୍ ଖାଇବାକୁ ମନକଲେ ତେଜସ୍ବୀ-ରାଜଶ୍ରୀ, ଘରକୁ ଠେଲା ଡାକିଲେ ରାବଡୀ ଦେବୀ

More Stories
ଉପରମୁଣ୍ଡରେ ବଢୁଛି ଜଳସ୍ତର, ଖୋଲିଲା ହୀରାକୁଦର ଆଉ ୪ଟି ଗେଟ୍; ମୋଟ ୧୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ
ଇଣ୍ଡିଆନ ରାଇସ୍ କଂଗ୍ରେସର ଉଦଘାଟନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ତୁର୍କୀ ଭୂମିକମ୍ପ: ୫୬୮ ମୃତ; ଉଦ୍ଧାର ଅଭିଯାନ ଜାରି, ଶୋକବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ ମୋଦୀ