ଭୁବନେଶ୍ୱର, ସେପ୍ଟେମ୍ବର 18 : ଚଳିତ ବର୍ଷ ହେବନି ଛାତ୍ର ସଂସଦ ନିର୍ବାଚନ । ରାଜ୍ୟରେ କରୋନା ସଂକ୍ରମଣ କମିଥିଲେ ବି ବିପଦ ଟଳିନି।। ଏହାକୁ ନଜରରେ ରଖି ଲଗାତାର ଦ୍ୱିତୀୟ ବର୍ଷ ପାଇଁ ନିର୍ବାଚନ ବନ୍ଦ ରଖାଯିବ । ଏପରିକି ଅନେକ କଲେଜର ପାଠପଢ଼ା ଠିକ ସେ ଆରମ୍ଭ ହୋଇନାହିଁ। ସେମିଷ୍ଟର ପରୀକ୍ଷା ମଧ୍ୟ ଅନ୍ଲାଇନ୍ରେ କରାଯାଉଛି। +୩ ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ଅଫଲାଇନ ପାଠପଢ଼ା ଆରମ୍ଭ ହୋଇନାହିଁ।
ଏସବୁକୁ ନଜରରେ ରଖି ଚଳିତବର୍ଷ ଛାତ୍ର ସଂସଦ ନିର୍ବାଚନ ନ କରିବାକୁ ନିଷ୍ପତି ଉଚ୍ଚ ଶିକ୍ଷା ବିଭାଗ । ତେବେ ଏନେଇ କୌଣସି ବିଜ୍ଞପ୍ତି ପ୍ରକାଶ କରାଯାଇନଥିବା ସୂଚନା ମିଳିଛି ।
ତେବେ ବିଭାଗର ଜଣେ ଅଧିକାରୀ କହିଛନ୍ତି, ଏବେ ଛାତ୍ର ସଂସଦ ନିର୍ବାଚନ ବାବଦରେ ସେମାନେ କିଛି ଚିନ୍ତା କରି ନାହାନ୍ତି । କରୋନା ପାଇଁ ଦୁଇ ବର୍ଷ ହେଲା ପାଠପଢ଼ା ଠିକ ସେ ଚାଲିନି। ତେଣୁ ନିର୍ବାଚନ ବନ୍ଦ ରଖିବାକୁ ନିଷ୍ପତି ନିଆଯାଇଥିବା ସେ କହିଛନ୍ତି ।
More Stories
୫୧ ଏକର ଗଞ୍ଜେଇ ଗଛ କାଟି ନଷ୍ଟ କଲେ ପୋଲିସ ଓ ଅବକାରୀ ବିଭାଗ*
ସରକାରୀ ଅର୍ଥ ଆତ୍ମସାତ ଅଭିଯୋଗରେ ଗିରଫ ହେଲେ ବନପାଳ ଓ ଗାଁ ସାଥୀ*
ଡେଲାଙ୍ଗ ଜଳବନ୍ଦୀ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଆଇଆଇଡବ୍ଲ୍ୟୁଏମ୍ ରେ କର୍ମଶାଳା