Headlines Odisha Tv

An Odia News Portal

ଘରଟିଣ ଉପରୁ ପଡି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ

ଅଶ୍ୱିନ ପାତ୍ର -ଗଜପତି ଜ଼ିଲ୍ଲା ମୋହନା ଥାନା ପିଣ୍ଡିକି ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି l ନିଜ ଘରର ଟିଣ ସଜାଡୁ ଥିବା ବେଳେ ଟିଣ ଉପରୁ ପଡି ଜଣକର ମୃତ୍ୟୁ l ମୃତ ବ୍ୟକ୍ତିଜଣକ ହେଲେ ସେହି ଗ୍ରାମର ବସନ୍ତ ନାୟକ l ପୋଲିସ ର ସୂଚନା ପ୍ରକାରେ ବସନ୍ତ ଆଜି ସକାଳ ସମୟରେ ଘରର ଟିଣ ଉପରେ ଚଢି ସଜାଡୁ ଥିଲେ l କୌଣସି କାରଣ ବଶତଃ ତାଙ୍କର ଗୋଡ଼ ଖସି ଯାଇଥିଲା l ସେ ମୁହଁ ମାଡି ତଳେ ପଡିଯାଇଥିଲେ, ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ମୋହନା ଗୋଷ୍ଟୀସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରିଥିଲେ l ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ l ଘଟଣାସ୍ଥଳରେ ମୋହନା ପୋଲିସ ପହଂଚି ଶବକୁ ଜବତ କରିବା ସହ ବ୍ୟବଛେଦ ନିମନ୍ତେ berhampur ବଡ ମେଡିକାଲ କୁ ପଠାଇଥିବା ଜଣାପଡିଛି l