କଟକ: ଗ୍ୟାସ ଲିକରୁ ଲାଗିଲା ନିଆଁ । ପୋଡି ହୋଇ ଜଣେ ଯୁବତୀଙ୍କ ମୃତ୍ୟୁ । କଟକ ସୂତାହାଟରେ ଏକ ତିନି ମହଲା ଘରର ଦ୍ବିତୀୟ ମହଲାରେ ଘଟିଛି ଅଘଟଣ । ପ୍ରଦୀପ ମହାନ୍ତି ନାମକ ବ୍ୟକ୍ତି ଘରେ ଭଡାରେ ରହୁଥିଲେ ସଜିଦ୍ ଅଲ୍ଲୀ । ତେବେ ସେ ଓ ସ୍ତ୍ରୀ ଘରେ ନଥିବା ବେଳେ ଝିଅ ଲିତିକା ସେକ ରୋଷେଇ କରୁଥିଲେ । ଏହି ସମୟରେ ଗ୍ୟାସ ଲିକ ହୋଇ ଅଗ୍ନିକାଣ୍ଡ ଘଟିଥିଲା । ତୁରନ୍ତ ଅଗ୍ନୀଶମ ବାହିନୀ ଓ ପୋଲିସ ଘଟଣାସ୍ଥଳରେ ପହଂଚି ନିଆକୁ ଆୟତ୍ତ କରିବା ସହିତ ଘରେ ଫସିଥିବା ଲତିକାଙ୍କୁ ଉଦ୍ଧାର କରିଥିଲେ। ତୁରନ୍ତ ତାଙ୍କୁ ମେଡିକାଲକୁ ପଠାଯାଇଥିଲା । ତେବେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
ଗ୍ୟାସ ନିଆଁରୁ ଜଳିଗଲେ ଯୁବତୀ

More Stories
ଉପରମୁଣ୍ଡରେ ବଢୁଛି ଜଳସ୍ତର, ଖୋଲିଲା ହୀରାକୁଦର ଆଉ ୪ଟି ଗେଟ୍; ମୋଟ ୧୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ
ଇଣ୍ଡିଆନ ରାଇସ୍ କଂଗ୍ରେସର ଉଦଘାଟନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ତୁର୍କୀ ଭୂମିକମ୍ପ: ୫୬୮ ମୃତ; ଉଦ୍ଧାର ଅଭିଯାନ ଜାରି, ଶୋକବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ ମୋଦୀ