କିଭ: ଯୁଦ୍ଧ ପରଠାରୁ ରୁଷ ଶୁକ୍ରବାର ୟୁକ୍ରେନ ଉପରେ ବଡ଼ଧରଣର ଆକ୍ରମଣ କରିଛି। ଗୋଟିଏ ଦିନରେ ୭୦ରୁ ଅଧିକ କ୍ଷେପଣାସ୍ତ୍ର ନିକ୍ଷେପ କରିଛି ରୁଷ ସେନା। ୟୁକ୍ରେନ୍ର ଦ୍ୱିତୀୟ ବୃହତମ ସହର କିଭ୍କୁ ଧ୍ୱସ୍ତବିଧ୍ୱସ୍ତ କରିଛି ଶତ୍ରୁ ରାଷ୍ଟ୍ର । ପ୍ରତିପପକ୍ଷ ସେନାର ଘନ ଘନ ମିଶାଇଲ ମାଡ଼ ଯୋଗୁ ସମ୍ପୂର୍ଣ୍ଣ ବ୍ଲାକ ଆଉଟ୍ ହୋଇଛି କିଭ। ସବୁ ଅନ୍ଧାର। ସ୍ଥିତି ଏମିତି ହୋଇଛି ଯେ, ଦେଶବ୍ୟାପି ଜାରୁକାରୀଳନ ପରିସ୍ଥିତି ଗୋଷଣା କରିବାକୁ ୟୁକ୍ରେନ ବାଧ୍ୟ ହୋଇଥିବା ଜଣେ ଅଧିକାରୀ କରଛି । କିଭର ଜଣେ ଅଧିକାରୀ କହିଛନ୍ତି ଯେ କିଭ୍ୟରିହର ଏକ ଆପାର୍ଟମେଣ୍ଟ ଉପରେ କ୍ଷେପଣାସ୍ତ୍ର ମାଡ଼ ହେବା ପରେ ୩ ଜଣଙ୍କର ମୃତ୍ୟୁ ଘଟିଛି। ସେହିପରି ଦକ୍ଷିଣରେ ଥିବା ଖେରସନରେ ଗୁଳି ବିନିମୟରେ ଅନ୍ୟ ଜଣଙ୍କର ମୃତ୍ୟୁ ଘଟିଛି। ଅନ୍ୟପଟେ ୟୁକ୍ରେନର ସେନାର ଗୁଳିମାଡ଼ରେ ରୁଷର ୧୨ ଜଣ ନିହତ ହୋଇଥିବା ରୁଷ ପକ୍ଷରୁ କୁହାଯାଇଛି। ଗତକାଲି ସନ୍ଧ୍ୟା ୟୁକ୍ରେନ ରାଷ୍ଟ୍ରପତି ଭୋଲଦମିର ଜେଲେନସ୍କି କହିଛନ୍ତି ଯେ, ରୁଷ ପାଖରେ ଆହୁରି ବଡ଼ ଧରଣର ଷ୍ଟ୍ରାଇକ୍ ପାଇଁ ପର୍ଯ୍ୟାପ୍ତ କ୍ଷେପଣାସ୍ତ୍ର ଅଛି। ତେଣୁ ସେ କିଭକୁ ଅଧିକ ସାମରିକି ସାହାୟତା ଯୋଗାଇଦେବାକୁ ପାଶ୍ଚାତ୍ୟ ସହଯୋଗୀମାନଙ୍କୁ ନିବେଦନ କରିଛଇନ୍ତି। ଜେଲେନସ୍କି କହିଛନ୍ତି ଯେ, ୟୁକ୍ରେନ୍ ପୁନଃ ଅଣ୍ଟା ସଳଖିବାକୁ ଯେଥେଷ୍ଟ ଶକ୍ତି ରହିଛି ।
ଗୋଟିଏ ଦିନରେ ୭୦ କ୍ଷେପଣାସ୍ତ୍ର ମାଡ଼

More Stories
ଉପରମୁଣ୍ଡରେ ବଢୁଛି ଜଳସ୍ତର, ଖୋଲିଲା ହୀରାକୁଦର ଆଉ ୪ଟି ଗେଟ୍; ମୋଟ ୧୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ
ଇଣ୍ଡିଆନ ରାଇସ୍ କଂଗ୍ରେସର ଉଦଘାଟନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ତୁର୍କୀ ଭୂମିକମ୍ପ: ୫୬୮ ମୃତ; ଉଦ୍ଧାର ଅଭିଯାନ ଜାରି, ଶୋକବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ ମୋଦୀ