ନୁଆଦିଲ୍ଲୀ, ସେପ୍ଟେମ୍ବର ୧ : ଭାରତ ସରକାରଙ୍କ ଦୃଢ ପ୍ରଚେଷ୍ଠା ଦ୍ୱାରା ଉଲ୍ଲେଖନୀୟ ସଫଳତା ସହକାରେ, ଗତକାଲି ଭାରତରେ ୧ କୋଟିରୁ ଅଧିକ କୋଭିଡ ଟିକା ଡୋଜ ପରିଚାଳନା କରାଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୧,୩୩,୧୮,୭୧୮ ଟିକା ଡୋଜର ପ୍ରଦାନ ସହିତ, ଭାରତର କୋଭିଡ-୧୯ ଟୀକାକରଣ ଆଜି ସକାଳ ୭ ଟା ମଧ୍ୟରେ ସରକାର ପ୍ରଦସାନ କରିଥିବା ସାମୟିକ ରିପୋର୍ଟ ଅନୁଯାୟୀ ୬୫,୪୧,୧୩,୫୦୮ କୋଟି ଟିକାକରଣ ସିମାକୁ ଅତିକ୍ରମ କରିଛି। ଏହି ଗତିକୁ ତ୍ୱରାନ୍ୱିତ କରିବା ଏବଂ ସାରା ଦେଶରେ କରୋନା ଟୀକାକରଣର ପରିସର ବିସ୍ତାର କରିବାକୁ କେନ୍ଦ୍ର ସରକାର ପ୍ରତିବଦ୍ଧ ବୋଲି ଦର୍ଶାଉଛି । ଗତ ୨୪ ଘଣ୍ଟା ମଧ୍ୟରେ ଭାରତ ୪୧,୯୬୫ ନୂତନ ସଂକ୍ରାମଣ ମାମଲା ରେକର୍ଡ କରାଯାଇଛି। ସକ୍ରିୟ କେସ୍ ସମୁଦାୟ ମାମଲାର ୧.୧୫% ଏବଂ ସକ୍ରିୟ ସଂକ୍ରମଣ ୩,୭୮,୧୮୧ ରେ ଅଛି । ପୁନରୁଦ୍ଧାର ହାର ବର୍ତ୍ତମାନ ୯୭.୫୧% ରେ ଅଛି, ଗତ ୨୪ ଘଣ୍ଟା ମଧ୍ୟରେ ୩୩,୯୬୪ ପୁନରୁଦ୍ଧାର ସହିତ ମୋଟ ପୁନରୁଦ୍ଧାରକୁ ୩,୧୯,୯୩,୬୪୪ କୁ ନେଇଛି । ତେବେ ଗତ ଅଗଷ୍ଟ ମାସରେ ୧୮.୩ କୋଟିରୁ ଅଧିକ ଡୋଜ ବ୍ୟବହୃତ ହୋଇଛି ଏବଂ ଦେଶବ୍ୟାପୀ ଟୀକାକରଣ ପ୍ରକ୍ରିୟାରେ ଏପର୍ଯ୍ୟନ୍ତ ୬୫.୪୧ କୋଟି ଡୋଜ ଟିକା ଦିଆଯାଇଛି। ଯାହା ଗତକାଲି ଗୋଟିଏ ଦିନରେ ସର୍ବାଧିକ ୧.୩୩ କୋଟି ଡୋଜ ବ୍ୟବହୃତ ହୋଇଛି ।
ଗୋଟିଏ ଦିନରେ ରେକର୍ଡ ୧.୩୩ କୋଟି ଟିକାକରଣ

More Stories
ଉପରମୁଣ୍ଡରେ ବଢୁଛି ଜଳସ୍ତର, ଖୋଲିଲା ହୀରାକୁଦର ଆଉ ୪ଟି ଗେଟ୍; ମୋଟ ୧୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ
ଇଣ୍ଡିଆନ ରାଇସ୍ କଂଗ୍ରେସର ଉଦଘାଟନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ତୁର୍କୀ ଭୂମିକମ୍ପ: ୫୬୮ ମୃତ; ଉଦ୍ଧାର ଅଭିଯାନ ଜାରି, ଶୋକବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ ମୋଦୀ