ଯଶିପୁର: ଆଜି ଭୋର୍ ୩ଟାରୁ ୪ଟା ମଧ୍ୟରେ ଯଶିପୁର ଟୋଲଗେଟ୍ ନିକଟରେ ଗୋସେବକଙ୍କ ଉପରକୁ ଗୋଚାଲାଣକାରୀମାନେ ଗୁଳିମାଡ଼ କରିଥିବାର ଖବର ମିଳିଛି। ଏଥିରେ ଦୁଇଜଣ ଗୁରୁତର ଆହତ ହୋଇଥିବାର ସୂଚନା ମିଳିଛି। ଗୋଚାଲାଣ ଲାଗି ଗୋରୁ ଗାଡ଼ିକୁ ନେଇ ଯାଉଥିବା ବେଳେ ଗୋସେବକମାନେ ଅଟକାଇବାରୁ ଗୋଚାଲାଣକାରୀ ଗୁଳି ଚଳାଇଥିଲେ। ସୂଚନା ଅନୁଯାୟୀ, ଜାତୀୟ ରାଜପଥ ବେଗୁନିଆ ନିର୍ମାଣାଧୀନ ଟୋଲ ପ୍ଲାଜା ନିକଟରେ ଗୋରୁ ଚାଲାଣ ଗାଡ଼ିର ସୁରକ୍ଷା ଦେଉଥିବା ଏସକର୍ଟ ପାର୍ଟି ସହିତ ମୁହାମୁହିଁ ହୋଇଥିଲେ ଦେବସେନା ବୋଲି କୁହାଯାଉଥିବା ବେଆଇନ୍ ଗୋ ଚାଲାଣ ବିରୋଧୀ ସଂଗଠନର କର୍ମୀ। ସେମାନେ ଗାଡ଼ିକୁ ଅଟକାଇବାରୁ ଗୋଚାଲାଣକାରୀ ଗୁଳି ଚଳାଇଥିଲେ। ଏଥିରେ ଦେବସେନାର ଦୁଇ କର୍ମୀ ଗୁଳିମାଡ଼ରେ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଗୋଟିଏ ଗୋରୁ ଗାଡ଼ି ଘଟଣା ସ୍ଥଳରେ ଅଟକି ରହିଛି। ଆଖପାଖର ଶତାଧିକ ଗ୍ରାମବାସୀ ପହଞ୍ଚିବାରୁ ଗୋଚାଲାଣକାରୀମାନେ ଛତ୍ରଭଙ୍ଗ ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅନୁସନ୍ଧାନ ଆରମ୍ଭ କରିଛି। ଏଣେ ୪୯ ନଂ ଜାତୀୟ ରାଜପଥ ସ୍ଥିତ ବିଶୋଇଠାରେ ମଧ୍ୟ ପୁଲିସ ଛାଉଣୀ ଅଛି। ଶତାଧିକ ଟ୍ରକକୁ ଅଟକ ରଖାଯାଇଛି।
ଗୋଚାଲାଣକାରୀଙ୍କ ଗୁଳିମାଡ଼ରେ ଦୁଇ ଗୋସେବକ ଗୁରୁତର

More Stories
ଉପରମୁଣ୍ଡରେ ବଢୁଛି ଜଳସ୍ତର, ଖୋଲିଲା ହୀରାକୁଦର ଆଉ ୪ଟି ଗେଟ୍; ମୋଟ ୧୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ
ଇଣ୍ଡିଆନ ରାଇସ୍ କଂଗ୍ରେସର ଉଦଘାଟନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ତୁର୍କୀ ଭୂମିକମ୍ପ: ୫୬୮ ମୃତ; ଉଦ୍ଧାର ଅଭିଯାନ ଜାରି, ଶୋକବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ ମୋଦୀ