Headlines Odisha Tv

An Odia News Portal

ଗୁଟ୍‌ଖା ୟୁନିଟ୍‌ ଉପରେ ରେଡ୍‌

ବ୍ରହ୍ମପୁର ୦୮।୧୧ : ବେଆଇନ୍‌ ଗୁଟ୍‌ଖା ପ୍ରସ୍ତତି ୟୁନିଟ୍‌ରେ ଚଢାଉ । ଗଞ୍ଜାମ ଜିଲ୍ଲା ମାଣ୍ଡିଆପଲ୍ଲୀ ଠାରେ ଥିବା ଗୁଟ୍‌ଖା ପ୍ରସ୍ତୁତି ଉପରେ ଚଢାଉ ହୋଇଛି । ଏଠାରୁ ବିପୁଳି ପରିମାଣର ଗୁଟଖା ଜବତ କରିଛି ଗୋପାଳପୁର ପୋଲିସ । ଏହାସହିତ ଦୁଇଟି ମେସିନ ଜବତ ହେବା ସହ ଜଣଙ୍କୁ ଗିରଫ କରିଛି ପୋଲିସ । ଖବର ଅନୁଯାୟୀ, ଦୀର୍ଘ ଦିନ ହେବେ ଏଠାରେ ବେଆଇନ୍‌ ଭାବେ ଗୁଟ୍‌ଖା ପ୍ରସ୍ତତି ଚାଲିଥିଲା । ଯାହାର ଗୁଇନ୍ଦା ସୂଚନା ପାଇଥିଲା ଗୋପାଳପୁର ଥାନା ପୋଲିସ । ଏହା ପରେ ଉକ୍ତ ସ୍ଥାନରେ ଚଢାଉ କରି ବିପୁଳ ପରିମାଣର ଗୁଟ୍‌ଖା ଜବତ କରିଛି । ଏହାସହିତ ଗିରଫ ହୋଇଥିବା ଜଣେ ବ୍ୟକ୍ତିଙ୍କୁ ପଚରାଉଚରା କରୁଛି ପୋଲିସ । ଏହି ଘଟଣା ଆଉ କିଏ କିଏ ସାମିଲ ଅଛନ୍ତି । ସେନେଇ ଖୋଲତାଡ କରୁଛି ପୋଲିସ ।