ନୂଆଦିଲ୍ଲୀ ୦୯।୦୪: ବର୍ତ୍ତମାନ ଦେଶର ଅନେକ ସ୍ଥାନରେ ବୁର୍ଖା ପିନ୍ଧିବା ପାଇଁ ଏକ ଆନ୍ଦୋଳନ ଚାଲିଛି । ବୁର୍ଖାକୁ ନେଇ ଆନ୍ଦୋଳନ ଥମିବାର ନାଁ ଧରୁନି । ଦିନକୁ ଦିନ ଏହା ଉଗ୍ର ରୂପ ନେଉଛି । ଏହି ସମୟରେ ଏକ ଖବର ସାମ୍ନାକୁ ଆସିଛି ଯାହା ଅନେକ ମହିଳାଙ୍କୁ ଏକ ବଡ ଶିକ୍ଷା ଦେଇପାରେ। ବୁଲନ୍ଦଶାହର ୨୩ ବର୍ଷର ସଫିନା ୬ ସପ୍ତାହ ଗର୍ଭବତୀ ଅଛନ୍ତି। ହେଲେ ବର୍ତ୍ତମାନ ସେ AIIMS ର ଟ୍ରମା ସେଣ୍ଟରରେ ଜୀବନ ଏବଂ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି। ସୂଚନା ଅନୁଯାୟୀ ୟୁପିର ବୁଲନ୍ଦଶାହରର ଦାରିୟାପୁରରେ ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି। ସଫିନା ଓ ତାଙ୍କ ସ୍ବାମୀ ବାଇକ୍ରେ ଯାଉଥିଲେ। ହେଲେ ଯିବା ସମୟରେ ସଫିନାଙ୍କ ବୁର୍ଖା ବାଇକର ଟାୟାରରେ ଅଟକି ଯାଇଥିଲା। ଯାହା ଫଳରେ ବାଇକ୍ ତିନିଥର ଓଲଟିକି ପଡିଲା ଏବଂ ପରେ ଖସିଯାଇଥିଲା। ଏହି ସମୟରେ ସଫିନା ଉଚ୍ଚ ବେଗରେ ବାଇକରୁ ଖସି ପଡିଥିଲେ। ଘଟଣାସ୍ଥଳରେ ତାଙ୍କୁ ତୁରନ୍ତ ଚିକିତ୍ସା ପାଇଁ ନିକଟସ୍ଥ ଡାକ୍ତରଖାନାକୁ ନିଆଯାଇଥିଲା। ହେଲେ ଡାକ୍ତର ତାଙ୍କୁ ଦିଲ୍ଲୀ ପଠାଇ ଦେଇଥିଲେ।
ଗାଡିରେ ଯିବା ବେଳେ ବୁର୍ଖା ନୁହଁ ହେଲମେଟ୍ ପିନ୍ଧ

More Stories
ଉପରମୁଣ୍ଡରେ ବଢୁଛି ଜଳସ୍ତର, ଖୋଲିଲା ହୀରାକୁଦର ଆଉ ୪ଟି ଗେଟ୍; ମୋଟ ୧୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ
ଇଣ୍ଡିଆନ ରାଇସ୍ କଂଗ୍ରେସର ଉଦଘାଟନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ତୁର୍କୀ ଭୂମିକମ୍ପ: ୫୬୮ ମୃତ; ଉଦ୍ଧାର ଅଭିଯାନ ଜାରି, ଶୋକବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ ମୋଦୀ